ନିଜର ପାଳିତ କୁକୁରର ହତ୍ୟାକାରୀକୁ ଆକ୍ରମଣ କରି ଜେଲ ଗଲେ ମାଲିକାଣି

ପୋଲିସର ଏଭଳି ଏକତରଫା କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନ…

କେନ୍ଦୁଝର: ନିଜର ପାଳିତ କୁକୁରର ହତ୍ୟାକାରୀକୁ ଆକ୍ରମଣ କରି ମାଲିକାଣି ଜେଲ ଗଲେ, ହେଲେ କୁକୁରକୁ ହତ୍ୟା କରିଥିବା ଅଭିଯୁକ୍ତ କେଶରୀ ସାଣ୍ଡିଲ ବୁଲୁଛନ୍ତି ଖୋଲା ଆକାଶ ତଳେ । ପୋଲିସର ଏଭଳି ଏକତରଫା କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନ ।
ଭଦ୍ରାସାହି ପଞ୍ଚାୟତର ଭୁଷୁଗାଁ ଗ୍ରାମର ସୁବାସିନୀ ମହାକୁଡ଼ଙ୍କ ପୋଷା କୁକୁରଟି ପଡୋଶୀ କେଶରୀ ସାଣ୍ଡିଲଙ୍କ ଏକ କୁକୁଡ଼ାକୁ ଗୋଡ଼ାଇ ମାରିଦେଇଥିଲା । ଏହା ଜାଣିବା ପରେ କେଶରୀ ସାଣ୍ଡିଲ ଉତକ୍ଷିପ୍ତ ହୋଇ ସୁବାସିନୀ ମହାକୁଡ଼ଙ୍କ ପୋଷା କୁକୁରକୁ ତୀର ମାରି ହତ୍ୟା କରିଥିଲେ । ଯାହା ଫଳରେ ସୁବାସିନୀ ଓ କେଶରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

କେଶରୀ ସାଣ୍ଡିଲ ଅଶାଳୀନ ଭାଷା ପ୍ରୟୋଗ କରିବାରୁ ସୁବାସିନୀ ମହାକୁଡ଼ ରାଗିଯାଇ କେଶରୀ ସାଣ୍ଡିଲକୁ ଆକ୍ରମଣ କରିଥିଲେ । ଏନେଇ ଉଭୟ ପକ୍ଷ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କେଶରୀ ସାଣ୍ଡିଲ ଯେଉଁ ତୀର ଓ ଧନୁ ସାହାଯ୍ୟରେ ନିରୀହ କୁକୁର ହତ୍ୟା କରିଥିଲେ, ସେହି ତୀର ଧନୁକୁ ପୋଲିସ ଜବତ୍ କରି ଚୁପ୍ ବସିଯାଇଛି । ତେବେ ଅପର ପଟେ କେଶରୀ ସାଣ୍ଡିଲଙ୍କୁ ଆକ୍ରମଣ ଅଭିଯୋଗରେ ସୁବାସିନୀ ମହାକୁଡ଼ଙ୍କୁ କୁ ବଡ଼ବିଲ ପୋଲିସ ଗିରଫ କରାଯାଇଥିବା ବେଳେ କେଶରୀ ସାଣ୍ଡିଲ ସାନ୍ଦିଲ ନାଁ ରେ ୪ ଟି ଦଫା ଲାଗିଥିବା ବେଳେ ୨୯୪,୩୫୪,୪୨୮,୫୦୬, ବଡ଼ବିଲ ପୋଲିସ କାହିଁକି ଗିରଫ କରୁନାହିଁ l

ବଡ଼ବିଲ ପୋଲିସ ଗିରଫ କରିଥିଲା ଆଜକୁ ୧୯ ଦିନ ହେବ କେନ୍ଦୁଝର ଜେଲରେ ଅଛନ୍ତି ସୁବାସିନୀ ମହାକୁଡ଼ । ବଡ଼ବିଲ ଥାନାରେ ଉଭୟ ଲିଖିତ ଅଭିଯୋଗ କରିଥିଲେହେଁ ଘଟଣାର ଏତେଦିନ ପରେବି କାହିଁକି କେଶରୀଙ୍କୁ ଗିରଫ କରୁନାହିଁ ବଡ଼ବିଲ ପୋଲିସ୍ । ସୁବାସିନୀଙ୍କ ପୋଷା କୁକୁରକୁ ହତ୍ୟାକାରି ଅନାୟସରେ ଅଭିଯୁକ୍ତ ବୁଲୁଥିବା ବେଳେ, କାହା ଚାପରେ ପୋଲିସ୍ ତାଙ୍କୁ ଗିରଫ କରୁନାହିଁ । ପୋଲିସର ଏଭଳି ଆଚରଣ ଏବେ ଚର୍ଚ୍ଚା ବିଷୟହୋଇଛି ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ ।