ରାଜମାତା ବିଜୟା ରାଜେ ସିନ୍ଧିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ସେ ନିଜ ଜୀବନକୁ ଅନ୍ୟମାନଙ୍କର ସେବା କରିବାରେ ଉତ୍ସର୍ଗ କରିଥିଲେ……

ଭୁବେନେଶ୍ୱର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜମାତା ବିଜୟା ରାଜେ ସିନ୍ଧିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ସାହସ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ରାଜମାତା ବିଜୟା ରାଜେ ସିନ୍ଧିଆ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ସେ ସାହସ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଥିଲେ । ସେ ନିଜ ଜୀବନକୁ ଅନ୍ୟମାନଙ୍କର ସେବା କରିବାରେ ଉତ୍ସର୍ଗ କରିଥିଲେ । ତାଙ୍କର ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ବିଷୟରେ ପୂର୍ବ ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ସମୟରେ ମୁଁ ଯାହା କହିଥିଲି ତାହା ସେୟାର କରୁଛି ।”