ଏଗଜାମ ୱାରିୟର ପୁସ୍ତକରୁ “ୟୋର ଏଗଜାମ, ୟୋର ମେଥଡ୍ସ- ଚୁଜ ୟୋର ଓନ ଷ୍ଟାଇଲ” ଶୀର୍ଷକ ଭାଗ ଶେୟାର କଲେ ପ୍ରଧାନମନ୍ତ୍ରୀ

ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି ଶେୟାର କରିବାକୁ ଆହ୍ୱାନ ଦେଇଛନ୍ତି…

ଭୁବେନେଶ୍ଵର, ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗଜାମ ୱାରିୟର ପୁସ୍ତକରୁ “ୟୋର ଏଗଜାମ, ୟୋର ମେଥଡ୍ସ- ଚୁଜ ୟୋର ଓନ ଷ୍ଟାଇଲ” ଶୀର୍ଷକ ଭାଗ ଶେୟାର କରିବା ସହ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି ଶେୟାର କରିବାକୁ ଆହ୍ୱାନ ଦେଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“#ExamWarriors ପୁସ୍ତକରେ ଗୋଟିଏ ମନ୍ତ୍ର ରହିଛି “ୟୋର ଏଗଜାମ, ୟୋର ମେଥଡ୍ସ- ଚୁଜ ୟୋର ଓନ ଷ୍ଟାଇଲ ।“

#ParikshaPeCharcha ପାଖେଇ ଆସୁଥିବାରୁ ମୁଁ ନିଜ ପରୀକ୍ଷା ପ୍ରସ୍ତୁତି ଶୈଳୀ ସହ ଏହାସହିତ ଜଡିତ କିଛି ମଜାଦାର ଅଭିଜ୍ଞତା ଶେୟାର କରିବାକୁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି । ଏହା ଆମ ଏଗଜାମ ୱାରିୟର୍ସମାନଙ୍କୁ ପ୍ରୋତ୍ସାହିତ କରିବ ।“