ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ……

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଛି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଥିବା ବେଳେ ଭିଜିଲାନ୍ସର ଅନେକ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି ।  ନୂଆପଡ଼ା ଓ ବଲାଙ୍ଗୀର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍‌ କରାଯାଉଛି । ବର୍ତ୍ତମାନ ଯାଏଁ ନାରାୟଣଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ କୌଣସି ସୂଚନା ଦେଇନାହିଁ । ଚଢ଼ାଉ ଜାରି ରହିଥିବା ବେଳେ ଆଗକୁ ସମ୍ପତ୍ତି ବିଷୟରେ ଜଣାପଡ଼ିବ ।