‘ମୋ ବସ୍’କୁ ଅଟକାଇଲେ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ମୋ ବସ୍ କୁ ଅଟକାଇଲେ ଘରୋଇ ବସ୍ ମାଲିକ ସଂଘ । ଭୁବନେଶ୍ବର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ କାକଟପୁର, ଅସ୍ତରଙ୍ଗ ଯାଉଥିବା ୨ଟି ମୋ ବସ୍ କୁ ଅଟକାଯାଇଛି । ଘରୋଇ ବସ୍ ର ଯାତାୟାତ ନେଇ ରୁଟ୍ ଚାଟ୍ ଟାଇମିଂ ଥିବାବେଳେ ସେହି ସମୟରେ ମୋ ବସ୍ ଯାତାୟାତ କରୁଛି । ଏଥିଯୋଗୁଁ ଘରୋଇ ବସ୍ ରେ ଯାତ୍ରୀ ହେଉନଥିବା ଅଭିଯୋଗ କରିଛି ଘରୋଇ ବସ୍ ମାଲିକ ସଂଘ ।