ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ଆଜି ବହୁ ପ୍ରତିକ୍ଷିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ….

କଟକ: ଆଜି ବହୁ ପ୍ରତିକ୍ଷିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି | ତେବେ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବାବେଳେ ଏମାନଙ୍କ ମଧ୍ୟରୁ ୯୦.୫୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି | ରାଜ୍ୟର ସମୁଦାୟ ୮ ହଜାର ୯୨୫ଟି ବିଦ୍ୟାଳୟର ପିଲା ପରୀକ୍ଷା ଦେଇଥିବାବେଳେ ତିନିଟି ବିଦ୍ୟାଳୟର ରେଜଲ୍ଟ ଶୂନ୍ୟ ରହିଛି | ଅର୍ଥାତ ଏହି ତିନିଟି ବିଦ୍ୟାଳୟର କେହି ବି ପିଲା ପାସ କରିନାହାନ୍ତି  ମାଲକାନଗିରି ଓ ଅନୁଗୁଳ ଜିଲ୍ଲାରେ ଏହି ତିନିଟି ସ୍କୁଲ ଥିବାବେଳେ ୧୧୭୦ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି | ତେବେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରଙ୍କର ପାସ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କର ପାସ ହାର ୯୨.୩୭ ପ୍ରତିଶତ ରହିଛି |