ଜୁଲାଇ ୬ରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ

ଲାଇ ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି…..

ଭୁବନେଶ୍ବର: ଜୁଲାଇ ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ଅପରପକ୍ଷରେ ଜୁଲାଇ ଶେଷ ସପ୍ତାହରେ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି।
ପୂର୍ବରୁ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଥିଲେ। ସେ କହିଥିଲେ, ଏବେ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ସରିଥିବା ବେଳେ ଅନ୍ୟାନ୍ୟ ଆନୁସାଙ୍ଗିକ କାର୍ଯ୍ୟ ଚାଲିଛି। ନିର୍ଭୁଲ ପରୀକ୍ଷାଫଳ ପ୍ରକାଶ ପାଇଁ ଉଦ୍ୟମ ଜାରି ରହିଛି। ଖୁବ୍ ଶୀଘ୍ର ପରୀକ୍ଷାଫଳ ପ୍ରକାଶ ପାଇବାର ତାରିଖ ଘୋଷଣା ହେବ ବୋଲି ସେ କହିଥିଲେ।