ଆସନ୍ତା ସେପ୍ଟେମ୍ବର ପହିଲାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଆସନ୍ତା ସେପ୍ଟେମ୍ବର ପହିଲାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର। ଏନେଇ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ଅଧକ୍ଷତାରେ ବସିଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି। ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ମନ୍ଦିର ଖୋଲିବ । ତେବେ ଭକ୍ତମାନଙ୍କୁ ଗର୍ଭଗୃହକୁ ପ୍ରବେଶ କରିବା ଉପରେ ବାରଣ କରାଯାଇଛି। ସେହିପରି ଦର୍ଶନ ପାଇଁ ଟିକା ପ୍ରମାଣ ପତ୍ର ବାଧ୍ୟତାମୂଳକ ହୋଇଛି। ଅର୍ଥାତ କୋଭିଡ୍ ଟିକାର ୨ ଟି ଡୋଜ୍ ନେଇଥିବା ଭକ୍ତମାନେ କେବଳ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇଥିବାରୁ ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।