ସୋସିଆଲ ମିଡିଆ ବିଭାଗ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ

ସୋସିଆଲ ମିଡିଆ ବିଭାଗ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ, ବୁଥ ସ୍ଥର ପର୍ଯ୍ୟନ୍ତ ଯିବ ସୋସିଆଲ ମିଡ଼ିଆ ବିଭାଗ : କେ.ସି. ଭେନୁଗୋପାଳ

ଓଡ଼ିଶା କଂଗ୍ରେସ ସୋସିଆଲ ମିଡ଼ିଆ ଅଧକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ଦିଲ୍ଲୀ ଠାରେ ଏ.ଆଇ.ସି.ସି ସଂଗଠନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଶ୍ରୀ କେ.ସି. ବେନୁଗୋପାଳ ଏବଂ ସୋସିଆଲ ମିଡ଼ିଆର ଜାତୀୟ ଅଧ୍ୟକ୍ଷ ଶ୍ରୀ ରୋହନ ଗୁପ୍ତାଙ୍କୁ ଭେଟିଲେ। ଦୁଇ ଦିନିଆ ସମୀକ୍ଷା ବୈଠକ ରେ ସାମିଲ ହୋଇଥିଲେ ଶ୍ରୀ ମହାନନ୍ଦ। ଓଡ଼ିଶା ସମ୍ପର୍କୀୟ ସୋସିଆଲ ମିଡ଼ିଆ ବିଭାଗ ସହିତ ସାଂଗଠନିକ ଆଲୋଚନା କରିଥିଲେ ଶ୍ରୀ ଭେନୁ ଗୋପାଳ। ବୁଥ ସ୍ଥର ପର୍ଯ୍ୟନ୍ତ ଯିବାକୁ କହିଥିଲେ ସୋସିଆଲ ମିଡ଼ିଆ ବିଭାଗକୁ।
ତାଙ୍କ ସହିତ ରାଜ୍ୟ ସୋସିଆଲ ମିଡିଆ ବିଭାଗର ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦନ ରାୟ ଏବଂ ଶ୍ରୀ ସୁବାସ ଚନ୍ଦ୍ର ନାୟକ ମଧ୍ୟ ଯୋଗ ଦେଇଥିଲେ।