ମହାନଦୀରେ ବୁଡି ପ୍ରାଣ ହରାଇଲେ ଛାତ୍ର

କଟକ: ନରାଜ ଡାକ ବଙ୍ଗଳା ନିକଟରେ ଘଟିଯାଇଛି ଏକ ବଡ ଧରଣର ଅଘଟଣ । ମହାନଦୀରେ ବୁଡି ଜଣେ ଛାତ୍ର ପ୍ରାଣ ହରାଇଥିବା ଜଣାପଡିଛି । ଗାଧୋଇବାକୁ ଆସିଥିବା ବେଳେ ୪ ଜଣ ଛାତ୍ର ପାଣିରେ ବୁଡି ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଦାର କରାଯାଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି । ଗାଧୋଇବାକୁ ଆସିଥିବା ବେଳେ ୪ ଜଣ ଛାତ୍ର ମହାନଦୀର ପାଣିରେ ବୁଡି ଯାଇଥିଲେ । ଅନେକ ଖୋଜାଖୋଜି ପରେ ୩ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । କିନ୍ତୁ ଜଣଙ୍କୁ ସୁରକ୍ଷିତ ଖୋଜି ପାଇବାରେ ବିଫଳ ହୋଇଛି ଉଦ୍ଧାରକାରୀ ଦଳ । କିଛି ସମୟ ପରେ ସେହି ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅସାବଧାନତା ଯୋଗୁଁ ମହାନଦୀରେ ବୁଡି ଚାତ୍ରଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।