କମ୍ପିଲା ସମଗ୍ର ଅଞ୍ଚଳ; ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ବିଲୀନ ଶହୀଦ ଦେବାଶିଷ

Saheed Lance Naik Debashish Biswal

ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତସାହି ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲା ଶହୀଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ସେନାବାହିନୀ ପକ୍ଷରୁ ସହିଦଙ୍କୁ ଦିଆଗଲା ତୋପସଲାମୀ । ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହୋଇଛି ଶେଷକୃତ୍ୟ । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅନ୍ତ୍ୟେଷ୍ଟି କ୍ରିୟା, ଶୋକାକୂଳ ପରିବେଶରେ ଦେବାଶିଷ ଅମର ରହେ ଧ୍ବନିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶହୀଦ ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ । ଅଶ୍ରୁଳ ଆଖିରେ ସମସ୍ତେ ଲଢ଼ୁଆ ପୁଅକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।