ବାଲୁକା ମୁକ୍ତ ହେବ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର

ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ହେବ ବାଲୁକା ମୁକ୍ତ । ସୂର୍ଯ୍ୟମନ୍ଦିର ଗର୍ଭଗୃହ…

କୋଣାର୍କ : ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ହେବ ବାଲୁକା ମୁକ୍ତ । ସୂର୍ଯ୍ୟମନ୍ଦିର ଗର୍ଭଗୃହ ଭିତରୁ କଢାଯିବ ବାଲି । ଦୀର୍ଘ ବର୍ଷ ଧରି ଗବେଷଣା ଓ ଅନୁସନ୍ଧାନ ପରେ ସୂର୍ଯ୍ୟ ମନ୍ଦିରରୁ ବାଲି କାଢିବା ପାଇଁ ଏଏସ୍‌ଆଇ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏଥିଲାଗି ପ୍ରଥମ ପ୍ରର୍ଯ୍ୟାୟରେ ମଧ୍ୟ କାମ ଆରମ୍ଭ ହୋଇଛି । ସେହିପରି ଏହି କାମକୁ ତିନି ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୈଶୟିକ ଜ୍ଞାନ କୌଶଳରେ ଏକ ଘରୋଇ କମ୍ପାନୀ ଦ୍ୱରା ବାଲି ଓ ପଥର କାଢ଼ିବା ପାଇଁ ଏକ ପ୍ଲଟ ଫର୍ମ ନିର୍ମାଣର ASI ପକ୍ଷରୁ ଭୂମି ପୂଜା ହୋଇଛି l