ରାଜ୍ୟରେ ୩୦୦ ଟପିଲା ଓମିକ୍ରନ ସଂଖ୍ୟା

ଭୁବନେଶ୍ୱର : ସାରା ଦେଶରେ ବୃଦ୍ଧି ପାଉଛି କୋଭିଡର ନୂତନ ଭାରିଆଣ୍ଟ ଓମକ୍ରିନ । ସେହିପରି ଓଡିଶାରେ ମଧ୍ୟ ୩୦୦ ଟପିଛି ଓମକ୍ରିନ ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୪୫ଜଣ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଓମକ୍ରିନ ସଂଖ୍ୟା ୩୪୭କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।