ଧମକ ଦେଇ ଦାଦାବଟି ମାଗିବା ଅଭିଯୋଗରେ ୩ ଗିରଫ

 ପୁରୀ: ପୁରୀରେ ଲୋକଙ୍କୁ ଧମକ ଦେଇ ଦାଦାବଟି ମାଗିବା ଅଭିଯୋଗରେ ଟାଉନ ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଦାମୋଦର ରୋଡର ରବୀନ୍ଦ୍ର ପ୍ରଧାନ ଓ ନରସିଂହ ପଣ୍ଡା ଏବଂ ଜଗନ୍ନାଥ ବଲ୍ଲଭ ଅଞ୍ଚଳର ଶଙ୍କର ଭୋଇ। ଗିରଫ ପରେ ସେମାନଙ୍କୁ କୋର୍ଟ ପଠାଯାଇଛି। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ କରିବା ସହ ଆଉ କେଉଁମାନେ ଦାଦାବଟି ମାଗିବା ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଖୋଜୁଛି।