ଆଜି ଉତ୍ତର ମୋଡ଼ ନେବେ ତିନି ରଥ

ଆଜି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଶ୍ରୀମନ୍ଦିରରେ…

ପୁରୀ: ଆଜି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଉଭା ଯାତ୍ରା । ରଥରେ ଆଜ୍ଞାମାଳ ବିଜେ ନୀତି ପରେ ୩ରଥଙ୍କୁ ଉତ୍ତର ମୋଡ କରାଯିବ ।  ଉତ୍ତର ମୋଡ କରାଯାଇ ରଥଖଳାରୁ ସିଂହଦ୍ୱାର ସାମ୍ନା ଚକଡାକୁ ୩ରଥ ନିଆଯିବ । ସୂଚନା ମୁତାବକ ରୀତିନୀତି ଅନୁଯାୟୀ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଯିବ । ରଥ ଖଳାରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବା ପରେ ତିନି ରଥର ଅଖ ଓ ଚକରେ ତୈଳ ଲାଗି କରାଯିବ । ପରେ ପରେ ସିଂହଦ୍ୱାର ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରଙ୍କ ରଥକୁ ପୁଲିସ ଓ ସେବାୟତ ମାନେ ଟାଣିଟାଣି ସିଂହଦ୍ୱାରକୁ ଆଣିବେ । ସିଂହଦ୍ୱାର ଚକଡ଼ାରେ ତିନି ରଥ ପହଞ୍ଚିବା ପରେ ଉତ୍ତର ମୋଡ କରାଯିବ ।