କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା (ଇ.ଡି.ଆଇ.ଆଇ) ର ମିଳିତ ଆନୁକୁଲ୍ୟରେ ବାଂଶପାଳ ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ବାଂଶପାଳ ବ୍ଲକର ଖଣି ପ୍ରଭାବିତ ଗ୍ରାମଗୁଡିକ ପାଇଁ ଏକ ୩ ଦିନିଆ ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଯେଉଁଥିରେ ୫୦ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଏହି ଶିବିରରେ ଉଦ୍ୟୋଗ ପ୍ରତିଷ୍ଠା ଓ ପରିଚାଳନା ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବାଂଶପାଳ ବ୍ଲକର ମିଶନ ଶକ୍ତି ବ୍ଲକ୍ ସଂଯୋଜକ ସନ୍ତୋଷ କୁମାର ନନ୍ଦ ଏବଂ ଓଏଲଏମ୍ର ବ୍ଲକ୍ ପ୍ରୋଜେକ୍ଟ ମ୍ୟାନେଜର ଦିବାକର ମାଝୀ ଙ୍କ ଯୋଗଦାନରେ କାର୍ୟକ୍ରମର ଶୁଭ ଉଦ୍ଘାଟନ କରାଯାଇଥିଲା ।
ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୁବକ ଓ ଯୁବତୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଉଦ୍ୟମୀତା ଦକ୍ଷତାରେ ପ୍ରଶିକ୍ଷଣ କରିବା। ପ୍ରଶିକ୍ଷଣ ସମୟରେ ଅଂଶଗ୍ରହୀମାନଙ୍କୁ ବ୍ୟବସାୟ ଆରମ୍ଭ କରିବାର ପ୍ରକ୍ରିୟା, ବଜାର ବିଶ୍ଳେଷଣ, ଅର୍ଥ ପ୍ରବନ୍ଧନ, ଓ ସରକାରୀ ଯୋଜନା ସମ୍ବନ୍ଧୀୟ ଜ୍ଞାନ ଦିଆଯାଇଛି। କାର୍ଯ୍ୟକ୍ରମରେ ହରିହର ମହାରଣା ଟ୍ରେନର ହିସାବରେ ତାଲିମ ଦେଇଥିଲେ ଏବଂ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା (ଇ.ଡି.ଆଇ.ଆଇ) ର ଅଧିକାରୀ ଆଦିତ୍ୟ ପ୍ରସାଦ ମହାନ୍ତି ପ୍ରୋଜେକ୍ଟ ଅଫିସର, ସୁଶାନ୍ତ ଓ ଦିଲୀପ ଉଦ୍ୟୋଗ ମିତ୍ର ଉପସ୍ଥିତ ରହି ତାଲିମଦାତାଙ୍କୁ ଉତ୍ସାହିତ କରିଥିଲେ। କେନ୍ଦୁଝରରୁ ଅଞ୍ଜନ ରାଣାଙ୍କ ରିପୋଟ ସାକ୍ସୀ ନ୍ୟୁଜ୍ ।