ବାରିପଦା,(ସାକ୍ସୀ ନ୍ୟୁଜ୍): ସ୍ଥାନୀୟ ଏମ୍ ପି କେ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇ ଯାଇଥିବା ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ର ଚିତ୍ରାଙ୍କନ ପ୍ରତିଯୋଗିତାରେ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ହଷ୍ଟେଲର ଅଷ୍ଟମ ଶ୍ରେଣୀର ଛାତ୍ର ଦେବାଶିଷ ଗିରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇ ଜିଲ୍ଲା, ବ୍ଲକ ଓ ବିଦ୍ୟାଳୟ ଲାଗି ଗର୍ବ ଆଣିଛନ୍ତି। ସେହିପରି ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାରେ ହଷ୍ଟେଲର ଦେବ ତେଲେଙ୍ଗା ରାଜ୍ୟସ୍ତର ଲାଗି ମନୋନୀତ ହୋଇଛନ୍ତି। ତତସହିତ ଜିଲ୍ଲା ସ୍ତରୀୟ ରଗବି ପ୍ରତିଯୋଗିତାରେ ଦେବ ତେଲେଙ୍ଗା ଓ ସରୋଜ ସିଂହ ରାଜ୍ୟସ୍ତର ଲାଗି ମନୋନୀତ ହୋଇ ବିଦ୍ୟାଳୟ ଲାଗି ସୁନାମ ଆଣିଛନ୍ତି ।
ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟ ଜିଲ୍ଲା ସ୍ତରୀୟ ରଗବିରେ ଚାମ୍ପିୟନ ହୋଇଛି। ପ୍ରକାଶ ଥାଉ କି, ଏହି ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ରାଜ୍ୟ ସରକାରଙ୍କ ଜିଲ୍ଲା ପ୍ରସାଶନ ଅଧିନରେ ରହି ଜିଲ୍ଲାର ବିଭିନ୍ନ ବ୍ଲକର ପିତାମାତା ହୀନ, ଅଧାରୁ ପାଠ ଛାଡିଥିବା ତଥା ଆଦୌ ପାଠ ପଢ଼ିନଥିବା ଶିଶୁଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସହ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ କଳାର ବିକାଶ କରି ସମାଜରେ ଓ ଜୀବନରେ ପ୍ରତିଷ୍ଠିତ କରିବାର ଅନେକ ଆକର୍ଷଣୀୟ ପଦକ୍ଷେପ ନେଇ ସୁନାମ ଅର୍ଜନ କରିଛି।। ଏହି ସଫଳତା ପାଇଁ ହଷ୍ଟେଲର ସମସ୍ତ କର୍ମଚାରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରଚେଷ୍ଟାକୁ ପ୍ରଧାନଶିକ୍ଷକ ସୌମ୍ୟ ଦାଶ ଧନ୍ୟବାଦ ଦେଇଛନ୍ତି ।