ତିର୍ତ୍ତୋଲରେ ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ତିର୍ତ୍ତୋଲ(ଏସ୍ ନ୍ୟୁଜ):ତିର୍ତ୍ତୋଲରେ ବିଜୟ ଦ୍ୱାରରେ ବିଜୟ ଶଙ୍କର ଦାସ ।ଦ୍ୱାଦଶ ରାଉଣ୍ଡ ଶେଷ ସୁଦ୍ଧା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୬୨୨୨ ଭୋଟରେ ଆଗୁଆ ରହିଥିଲେ। ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ମୋଟ୍ ୩୫୧୯୨ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୮,୯୭୦ଟି ଭୋଟ୍ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୮୨୪୧ଟି ଭୋଟ୍ ପାଇଥିଲେ ।

ସେହିପରି ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୪୫୬୧ ଭୋଟରେ ଆଗୁଆ ରହିଥିବା ଜଣାଯାଇଥିଲା। ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ମୋଟ୍ ୩୨୦୭୫ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୭,୫୧୪ଟି ଭୋଟ୍ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୬୮୩୫ଟି ଭୋଟ୍ ପାଇଥିଲେ। ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୬୪୦୦ ଭୋଟରେ ଆଗୁଆ ରହିଥିଲେ।