ବାଲେଶ୍ୱରରେ ୧୪ ରାଉଣ୍ଡ ସୁଦ୍ଧା ୬୪୭୬ ଭୋଟରେ ବିଜେଡି ଆଗୁଆ

ବାଲେଶ୍ୱର(ଏସ୍ ନ୍ୟୁଜ) : ବାଲେଶ୍ଵରରେ ବିଜୟ ଦ୍ୱାରରେ ବିଜେଡି ସ୍ଵରୂପ ଦାସ । ବାଲେଶ୍ୱର ବିଧାନସଭା ଉପନିର୍ବାଚନର ରାଉଣ୍ଡ ୧୪ ଶେଷ ସୁଦ୍ଧା ବିଜେଡି ୫୨୦୯୩, ବିଜେପି ୪୪୬୧୭, କଂଗ୍ରେସ ୩୩୩୭ ଖଣ୍ଡ ଭୋଟ ପାଇଛି। ବିଜେଡି ୧୪ ରାଉଣ୍ଡରେ ୬୪୬୭ ଭୋଟରେ ଆଗୁଆ ରହିଛି ।

ବାଲେଶ୍ୱରର ସଦରର ୧୩ ରାଉଣ୍ଡରେ ବିଜେଡି ଆଗରେ ରହିଥିଲା। ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୫ ହଜାର ୯୪୮ ଭୋଟରେ ଆଗୁଆ ରହିଛନ୍ତି। ଦ୍ଵାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୪୫୧୦, ବିଜେପି ୩୮୪୦୨, କଂଗ୍ରେସ ୩୧୨୦ ଖଣ୍ଡ ଭୋଟ ପାଇଛି। ବିଜେଡି ଦ୍ଵାଦଶ ରାଉଣ୍ଡରେ ୬୩୦୮ ଭୋଟରେ ଆଗୁଆ ରହିଛି । ବାଲେଶ୍ଵରରେ ବିଜେଡିରେ ସ୍ଵରୂପ ଦାସ ୬୩୦୮ ଭୋଟରେ ଆଗୁଆ।

ଏକାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୦୭୪୯, ବିଜେପି ୩୫୨୭୬, କଂଗ୍ରେସ ୨୩୯୮ ଖଣ୍ଡ ଭୋଟ ପାଇଛି। ବିଜେଡି ଏକାଦଶ ରାଉଣ୍ଡରେ ୫୪୭୩ ଭୋଟରେ ଲିଡ୍ କରୁଛି। ଏଥିସହିତ ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୭୪୮୭, ବିଜେପି ୩୨୧୮୫, କଂଗ୍ରେସ ୨୨୮୬ ଖଣ୍ଡ ଭୋଟ ପାଇଛି। ବିଜେଡି ଦଶମ ରାଉଣ୍ଡରେ ୫୩୦୨ ଭୋଟରେ ଲିଡ୍ କରୁଛି। ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୨,୮୫୧, ବିଜେପି ୨୮୪୬୬, କଂଗ୍ରେସ ୨୧୯୭ ଖଣ୍ଡ ଭୋଟ ପାଇଛି। ବିଜେଡି ଅଷ୍ଟମ ରାଉଣ୍ଡରେ ୪୫୫୮ ଭୋଟ ରେ ଲିଡ୍ କରୁଛି।

ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୯୩୯୨, ବିଜେପି ୨୫୬୨୨, କଂଗ୍ରେସ ୨୧୨୭ ଖଣ୍ଡ ଭୋଟ ପାଇଛି। ବିଜେଡି ଅଷ୍ଟମ ରାଉଣ୍ଡରେ ୩୭୭୦ ଭୋଟ ରେ ଲିଡ୍ କରୁଛି। ସେହିପରି ବାଲେଶ୍ଵର ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୫୧୧୨, ବିଜେପି ୨୨୬୯୩, କଂଗ୍ରେସ ୨୦୧୧ ଖଣ୍ଡ ଭୋଟ ପାଇଛି। ବିଜେଡି ସପ୍ତମ ରାଉଣ୍ଡରେ ୨୪୧୯ ଭୋଟ ରେ ଲିଡ୍ କରୁଛି।

ବାଲେଶ୍ୱର ବିଧାନସଭାରେ ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୧୯୨୪, ବିଜେପି ୧୯୪୫୭ ଏବଂ କଂଗ୍ରେସ ୧୮୬୯ ଖଣ୍ଡ ଭୋଟ ପାଇଛନ୍ତି । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୨୦୬ ଭୋଟରେ ଆଗୁଆ ରହିଛି। ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୪୬୭, ବିଜେପି ୩୯୩୨ ଖଣ୍ଡ ଭୋଟ ପାଇଛନ୍ତି ।

ବାଲେଶ୍ୱର ବିଧାନସଭା ଉପନିର୍ବାଚନରରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି।ଦ୍ୱାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି-ବିଜେପି ମଧ୍ୟରେ କଡା ହେଉଥିବା ବେଳେ ବିଜେଡି ଯଦିଓ ଆଗରେ ରହିଛି ଅପ୍ରତ୍ୟାସିତ ଫଳ ନମିଳିବାରୁ ଏବେବି ବିଜେପି ଜିତିବାର ଆଶା ରହିଛି ।