ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜିକୁ ଠିକ ୭୫ ବର୍ଷ ତଳେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା । ସେତେବେଳେ ରାଜଧାନୀ ସବୁଜିମାରେ ପରିପୂର୍ଣ୍ଣ ଥିଲା । ସେହି ଜଙ୍ଗଲକୁ ସଫା କରି ସହରର ଶିଳାନ୍ୟାସ କରାଯାଇଥିଲା । ତେବେ ଆଜି ରାଜଧାନୀର ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ ହେଉଛି । ୭୫ ବର୍ଷ ହେବା ନେଇ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ରହିଛି ।

ରାଜଧାନୀ ପ୍ରତିଷ୍ଠା ଦିବସରେ ପାରମ୍ପରିକ ପରେଡ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଦିବସ ପାଳିତ ହେବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଛି । ଓଡିଶା ବିଧାନ ସଭା ମୁଖ ତଥା ରାଜଧାନୀ ଶିଳାନ୍ୟାସ ଫଳକ ସାମ୍ନା ଉତ୍କଳ ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ, ବିଧାୟକ, ମେୟର, ନେତା, ପ୍ରଶାସନିକ ଅଧିକାରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଆୟୋଜନ କରାଯାଇଛି ।