ଆଜି ପବିତ୍ର ବଡ଼ ଓଷା: ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ଆଠଗଡ: ଆଜି ପବିତ୍ର ବଡ଼ ଓଷା। ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠ କାର୍ତ୍ତିକ ମାସର ତ୍ରୟୋଦଶୀ ତିଥରେ ବଡ଼ ଓଷା ପର୍ବ ପାଳନ କରାଯାଇଥାଏ। ଏଥିସହିତ ବାବା ଧବଳେଶ୍ୱରଙ୍କ ବଡସିଂହାର ବେଶ ଅନୁଷ୍ଠିତ ହେଉଛି । ମାତ୍ର କଟକଣା ଯୋଗୁଁ କେବଳ ପୂଜକମାନଙ୍କୁ ନେଇ ବଡଓଷା ନୀତି ଓ ବାବାଙ୍କ ବଡସିଂହାର ବେଶ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ଓ ପୂଜକ ସମାଜ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଦେବୋତ୍ତର ବିଭାଗ ଓ ପୂଜକ ସମିତି ମିଳିତ ଆନୁକୂଲ୍ୟରେ ନୀତି ନିର୍ଘଣ୍ଟ କରାଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି। ଫଳରେ ଭକ୍ତ ମାନେ ବାବଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହେବେ।