ଆଜି ପବିତ୍ର ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତକୁ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ପାଳନ କରାଯାଏ । ସଧବା ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ ନିରନ୍ତର ସୁଖ ଏବଂ ଦୀର୍ଘାୟୁ ପାଇଁ ଦେବୀ ସାବିତ୍ରୀ ଓ ଯମଦେବତାଙ୍କ ଉପବାସ କରି ବ୍ରତ ପାଳନ କରଥାନ୍ତି । ପୁରାଣ ଅନୁସାରେ, ଯେତେବେଳେ ଯମରାଜା ସତ୍ୟବାନଙ୍କ ପ୍ରାଣ ନେବା ସମୟରେ ସାବିତ୍ରୀ ତାଙ୍କର ବୁଦ୍ଧି ଏବଂ ସତୀତ୍ବ ବଳରେ ଯମରାଜଙ୍କଠାରୁ ତାଙ୍କ ସ୍ୱାମୀଙ୍କ ଜୀବନ ଫେରାଇ ଆଣିବାରେ ସଫଳ ହୋଇଥିଲେ ।