ଫସିଗଲେ ବୌଦ୍ଧ ଆରଟିଓ

ଭୁବନେଶ୍ୱର: ଆଖି ବନ୍ଦ କରି ଯାହା ପାରୁଥିଲେ ବାପା ସିନ୍ଦୁକରେ ଭରୁଥିଲେ । ମାତ୍ର ଚୋର ଘର ସବୁଦିନ ଅନ୍ଧାର ରହେନା । ମଉକା ଦେଖି ଭିଜିଲାନ୍ସ ଅଧିକାରୀମାନେ ଘର ଭିତରେ ପଶିଗଲେ । ଯାହା ପାରିଲେ ଅଣ୍ଡାଳିବା ଆରମ୍ଭ କରିଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାର ବାସିନ୍ଦା ହୋଇ ସରକାରୀ ଅଧିକାରୀ ଭାବେ ଯାହା ପାଇବ ଦୁଇହାତ ପୁରାଇ ଖାଇଯିବ ନା’ କ’ଣ?

ସୂଚନା ମୁତାବକ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କର ୧୦ଟି ଅଗଣାରେ ଭିଜିଲାନ୍ସ ଚଢ଼ଉ କରିଛି । ବିଶେଷ କରି ବାବୁଙ୍କର ଭୁବନେଶ୍ୱର, ବୌଦ୍ଧ, ଗଞ୍ଜାମ, ବ୍ରହ୍ମପୁର ଓ ଭଂଜନଗର ଆଡ୍ଡାରୁ ବହୁତ କିଛି ପୋତାଧନ ମିଳିବାର ଆଶଙ୍କା କରାଯାଉଛି ।

ଶୁଣିବାକୁ ମିଳୁଛି, ପ୍ରାୟ ୬ ମାସ ଧରି ବାବୁଙ୍କ ଉପରେ ଭିଜିଲାନ୍ସ ବିଲେଇ ଭଳି ଛକି ବସିଥିଲା ।