160×600
160×600

ରାଜ୍ୟରେ ଆଜି ଓ ଆସନ୍ତାକାଲି ଦୁଇଦିନ ବ୍ୟାଙ୍କ ଛୁଟି

ଭୁବନେଶ୍ୱର: ରାଜ୍ୟରେ ଆଜି ଓ ଆସନ୍ତାକାଲି ଦୁଇଦିନ ବ୍ୟାଙ୍କ ଛୁଟି ରହିବ । ମଙ୍ଗଳବାର ଦିନ ଇଦ୍ ମିଲାଦ ଓ ବୁଧବାର ଗଜଲକ୍ଷ୍ମୀ ପୂଜା ଅବସରରେ ବ୍ୟାଙ୍କ ଓ ବ୍ୟାଙ୍କିଂ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତେବେ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟ ଆଇନ ଅନୁଯାୟୀ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।