ବିଦ୍ୟୁତ ତାର ଲାଗି ଦୁଇ ମାଈ ହାତୀ ମୃତ୍ୟୁ, ବନବିଭାଗ ର ତଦନ୍ତ ଜାରି

କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଜୁଡ଼ିଆ…..

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ବିଦ୍ୟୁତ ତାର ଲାଗି ଦୁଇ ମାଈ ହାତୀ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଜଙ୍ଗଲ ବିଭାଗ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣ ରେ ନଅ ଟିକିଆ ହାତୀପଲ ବୁଲୁଥିବା ବେଳେ ଦୁଇଟି ମାଈ ହାତୀ ଏକ ଘରୋଇ ତାର ଲାଗିଥିବା ଲତା ନିକଟକୁ ଚାଲିଯାଇଥିଲେ ଲତା କୁ ଖାଇବା ପାଇଁ ଏବଂ ଘଟଣା ସ୍ଥଳ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ହାତୀ ସବୁ ଭୟ ରେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ l ବନ ବିଭାଗ ଅଧିକାରୀ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି