ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ଅଫଲାଇନ୍ ରେ ପରୀକ୍ଷା ଦେଇଥିଲେ ୧୨ ହଜାର ୩୨୧ ପରୀକ୍ଷାର୍ଥୀ । ସେମାନଙ୍କ ମଧ୍ୟରୁ ୮,୪୬୦ ଜଣ ପାସ୍ ହୋଇଥିବବା ସୂଚନା ମିଳିଛି । ଅଫଲାଇନ୍ ରେ ରେଜଲ୍ଟ ରେ ପାସ୍ ହାର୍ ୬୮.୬୬ ପ୍ରତିଶତ ରହିଛି । ଛାତ୍ରଙ୍କ ପାସ୍ ହାର ୬୨.୭ ପ୍ରତିଶତ ଓ ଛାତ୍ରୀଙ୍କ ପାସ୍ ହାର ୬୭.୭୬ ପ୍ରତିଶତ ।

ସେହିପରି କଳାରେ ୬ହଜାର ୩୧୦ଜଣ ପାସ୍ କରିଥିବା ବେଳେ ବାଣିଜ୍ୟରେ ପାସ୍ କରିଛନ୍ତ ୪୨୨ ଜଣ ଛାତ୍ରଛାତ୍ରୀ । ଅନ୍ୟପଟେ ବିଜ୍ଞାନରେ ୧୫୦୧ ଓ ଧନ୍ଦାମୂଳକରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।