ରାଜ୍ୟର ଦୁଇ ଯବାନଙ୍କୁ ମରଣୋତର ଶୌର୍ଯ୍ୟ ଚକ୍ର ସମ୍ମାନ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡ଼ିଶାର ଶହୀଦ ଯବାନ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁ ମରଣୋତ୍ତର ‘ଶୌର୍ଯ୍ୟ ଚକ୍ର’ ସମ୍ମାନ ପାଇବା ସମଗ୍ର ରାଜ୍ୟ ପାଇଁ ଗୌରବର ବିଷୟ। ଦୁହିଁଙ୍କ ବୀରତ୍ୱ ଓ ପରାକ୍ରମର ତୁଳନା ନାହିଁ । ସେମାନଙ୍କ ବଳିଦାନ ସର୍ବଦା ଦେଶପ୍ରେମର ଗୌରବ ଗାଥା ବହନ କରୁଥିବ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି ।

ସହିଦ ୨ ଏସ୍ଓଜି କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ଏହି ମରଣୋତର ଶୌଯ୍ୟ ଚକ୍ର ସମ୍ମାନ । ମାଓବାଦୀଙ୍କ ସହ ଲଢେଇ ସମୟରେ ଏହି ଦୁଇ କମାଣ୍ଡୋ ଅସୀମ ବୀରତ୍ୱ ପ୍ରଦର୍ଶନ କରିବା ସହ ସହିଦ ହୋଇଥିଲେ । ଦୁଇ ଶହୀଦଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିବା ପାଇଁ ଚୟନ କରାଯାଇଥିବା ନେଇ ପୋଲିସ ଡିଜି ଅଭୟ ଟୁଇଟ୍ ମାଧ୍ୟମରେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଏଥିସହିତ ଶହୀଦଙ୍କ ପରିବାର ସଦସ୍ୟଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଥିଲେ । ଏ ନେଇ ଡିଜିପି କହିଥିଳେ ଯେ, ଓଡିଶାରୁ ଦୁଇ ଜଣଙ୍କୁ ଶୌର୍ଯ୍ୟ ଚକ୍ର ମିଳିବା ଆମ ପାଇଁ ଗର୍ବର ବିଷୟ ।