ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର : କିଛି ସ୍ଥାନରେ ଦିନ ବେଳା ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ କାଳବୈଶାଖୀ ଅନୁଭୂତ ହେଉଛି । ଏହା ମଧ୍ୟରେ ପଶ୍ଚିମ ଓଡ଼ିଶାର ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଟପିଛି ।

ସେହିପରି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଅନୁଭବ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ଜୁନ ମାସ ପହିଲାରୁ ରାଜ୍ୟରେ ପୁଣି ତାତି ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଉପକୂଳରେ ତାତି କଲବଲ କରିବ ବୋଳି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ୨ ତାରିଖରୁ ପ୍ରବଳ ତାତି ହେବ ।