ଆଜି ହେବ ଆଇପିଏଲ ଫାଇନାଲ ମ୍ୟାଚ୍‌

ଅହମ୍ମଦାବାଦ : ଆଇପିଏଲ୍ ଫାଇନାଲ ମ୍ୟାଚ୍‌ରେ ବର୍ଷା ସାଜିଲା ବାଧକ। ତୁହାକୁ ତୁହା ବର୍ଷା ହେବା ଯୋଗୁ ମ୍ୟାଚ୍ ରିଜର୍ଭ ଡେ’କୁ ଘୁଞ୍ଚିଛି। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ।

ଗତକାଲି ସନ୍ଧ୍ୟା ୬ଟା ପରେ ଅହମଦାବାଦରେ ବର୍ଷା ଆରମ୍ଭ ହୋଇଥିଲା। ଆଉ ବର୍ଷା ଛାଡ଼ି ନଥିଲା। ମଝିରେ ମଝିରେ ବର୍ଷା କମି ଯାଉଥିଲା ଓ ଖେଳ ଆରମ୍ଭ ହେବା ନେଇ ଆଶା ସଞ୍ଚାର ହେଉଥିଲା। କିନ୍ତୁ ଖେଳ ହୋଇପାରି ନଥିଲା। ଶେଷରେ ରାତି ପ୍ରାୟ ୧୧ଟା ବେଳେ ମ୍ୟାଚକୁ ରିଜର୍ଭ ଡେ’କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା।