ଅସହ୍ୟ ତାତି: ୧୬ ଯାଏଁ ଅଗ୍ନିବର୍ଷା

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ ଗତ ୨ ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ କରାଯାଇଛି।

ଗତକାଲି ଝାରସୁଗୁଡା ଓ ବାରପଦାରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିଲା। ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ୧୬ ଯାଏଁ ଅଗ୍ନିବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚଦା ମିଳିଛି।