ଏମଆଇ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗଞ୍ଜାମ: ଓଡ଼ିଶାରେ ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଆଜି ହୋଇଛି ଭିଜିଲାନ୍ସ ଚଢ଼ାଉ । ମିଳିଥିବା ସୂଚନା ମୁତାବକ, ଗଞ୍ଜାମ ଭଞ୍ଜନଗର ଏମଆଇ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ଏହି ରେଡ୍ ହୋଇଛି । ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉତଙ୍କ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଥିବା ଜଣାପଡିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ କରୁଛି ଭିଜିଲାନ୍ସ । ଏଥିରେ ୫ ଡିଏସପି, ୧୧ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଥିବା ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।