ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା: ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବାରିପଦା ଭଡ଼ା ଘର, ବାଲିଆପାଳ ପୈତୃକ ଘରେ ରେଡ୍ ଚାଲିଛି । କାର୍ଯ୍ୟାଳୟ ସହିତ ମୋଟ ୧୧ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଦା ବାସଭବନରେ ରେଡ୍ କରାଯାଇଛି । ମୋଟ କେତେ ଟଙ୍କାର ସମ୍ପତ୍ତି ଜବତ ହେଲାଣି ସେ ନେଇ କୌଣସି ସୂଚନା ମିଳିନାହିଁ ।