ଭିଜିଲାନ୍ସ ଭିଜିଲାନ୍ସ ପୁର ଫରେଷ୍ଟ ରେଞ୍ଜ ଅଫିସର

ରାଜ୍ୟରେ ଦିନକୁ ଦିନ ଦୁର୍ନିତୀର ମାତ୍ରା ….

ସୁନ୍ଦରଗଡ: ରାଜ୍ୟରେ ଦିନକୁ ଦିନ ଦୁର୍ନିତୀର ମାତ୍ରା ବୃଦ୍ଧି ପାଇବାର ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଭିଜିଲାନ୍ସ ବର୍ତ୍ତମାନ ଆସକ୍ସନ ମୋଡକୁ ଆସିଛି । ଫଳରେ ପ୍ରତ୍ୟେକ ଦିନ କେହି ନା କେହି ସରକାରୀ ବାବୁ ଏହି ଜାଲରେ ଛନ୍ଦି ହୋଇଯାଉଛନ୍ତି । କିଏ ଲାଞ୍ଚ ନେଇ ଭିଜିସାନ୍ସ ହାତରେ ଧରା ପଡୁଛି ତ ଆଉ କିଏ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଫାଶରେ ଫସି ଯାଉଛନ୍ତି । ତେବେ ପୂର୍ବରୁ ଅନେକ ସରକାରୀ ଅଧିକାରୀ ଏହି ଭିଜିଲାନ୍ସ ହାତରେ ଧରା ପଡିଥିବା ବେଳେ ଆଜି ମଧ୍ୟ ଜଣେ ଅଧିକାରୀ ଭିଜିଲାନ୍ସ ଜାଲରେ ପଡି ଯାଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲା ଉଜ୍ୱଳ ପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ ମଣିହିରାଙ୍କ ଘରେ ଭିଜିଲାନ୍ସ ରେଡ କରିଛି ।ତେବେ ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗେ ଏହି ଚଢାଉ ହୋଇଥିବା ଜଣାପଡିଛି । ସୁନ୍ଦର ଗଡ, ବାଲିଙ୍ଗିର ସମେତ ଏକକାଳୀନ ୫ଟି ସ୍ଥାନରେ ଏହି ରେଡ ଜାରି ରହିଛି । ଏହି ଚଢାଉରେ ୫ ଜଣ ଡିଏସପି ଏବଂ ୮ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ତେବେ ଏହି ରେଡ ପରେ କେତେ ମାତ୍ରାର ସମ୍ପତ୍ତି ଠୁଳ ହୋଇଛି ତାହା ଜଣାପଡିବ ।