ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟରଙ୍କ ଭୋଟ୍‍ ବର୍ଜନ

କଟକ: ଜାରି ରହିଛି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟର ମାନେ ଭୋଟ୍‍ ବର୍ଜନ କରିଥିବା ଖବର ସାମ୍ନାକୁ ଆସିଛି । କେଉଁଠି ମୌଳିକ ସୁବିଧାରୁ ବଞ୍ଚିତ ପାଇଁ ତ କେଉଁଠି ଅନ୍ୟ କିଛି କାରଣ ପାଇଁ ଭୋଟ୍‍ ବର୍ଜନ କରିଛନ୍ତି ଭୋଟର। କଟକ ଜିଲ୍ଳା କୁରାଙ୍ଗ ଶାସନ ୧୫ ନମ୍ବର ବୁଥରେ ଭୋଟର ମାନେ ଭୋଟ୍‍ ବର୍ଜନ କରିଛନ୍ତି । ଭୋଟରଙ୍କ ସୂଚନା ଅନୁସାରେ ପୋଲିସ କିଛି ବ୍ୟକ୍ତିଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ସେଥିଲାଗି ଭୋଟ୍‍ ବର୍ଜନ କରିଛନ୍ତି ଭୋଟର ।

ଅନ୍ୟପଟେ ନବରଙ୍ଗପୁର ଜିଲ୍ଳାର ତେନ୍ତୁଳିଖୁଣ୍ଟି ପଞ୍ଚାୟତର ୨ ଗ୍ରାମବାସୀ ଭୋଟ୍‍ ବର୍ଜନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ଥିବାରୁ ଭୋଟ ବର୍ଜନ କରାଯାଇଛି । ତେନ୍ତୁଳିଖୁଣ୍ଟିର ବରଡ଼ାଯୋଡି ଓ ଲଦିପଦର ଗ୍ରାମବାସୀ ମାନେ ଭୋଟ୍‍ ଦେଇନଥିବା ଜଣାପଡ଼ିଛି । ବହୁଦିନରୁ ଗାଁକୁ ମୌଳିକ ସୁବିଧା ନାହିଁ । ଏନେଇ ସରକାରଙ୍କୁ ଅବଗତ କରାଯାଇଛି । ହେଲେ ଫଳ ସ୍ୱରୂପ କିଛି ସୁଫଳ ମିଳିନଥିବାରୁ ଏପରି ପଦକ୍ଷେପ ନେଇଥିବା ସେ କହିଛନ୍ତି ।