ଟ୍ୱିନସିଟି ପାଇଁ ଜାରି ହେଲା ବାତ୍ୟା ସତର୍କତା

ଭୁବନେଶ୍ୱର: ବାତ୍ୟା ଜୱାଦ୍ ପ୍ରଭାବ ଆରମ୍ଭ ହୋଇଗଲାଣି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ଆରମ୍ଭ ହୋଇଯାଇଛି । ପାଗ କୋହଲା ରହିବା ସହିତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଭୁବନେଶ୍ୱର ଓ କଟକରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ଭୁବନେଶ୍ୱର ଓ କଟକ ସହର ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି ପ୍ରଶାସନ ।

ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ଏହି ଦୁଇ ସହରରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ସମୟେ ସମୟେ ୬୦ କିମି ବେଗରେ ପବନର ଝଟକା ଅନୁଭୂତ ହୋଇପାରେ ବୋଲି ପୂର୍ବାନୁମାନ ହୋଇଛି ।