ଶୀତ ଲହରି ,୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଶୀତରେ ଥରୁଛି ସାରା ରାଜ୍ୟ । ସାରା ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହାସହ ରାଜ୍ୟରେ ଶୀତ ଲହରି ଆହୁରି ବଢିବ। ଶୀତ ଲହରି ବଢିବା ନେଇ ପାଣିପାଗ ବିଭାଗ ଆଜି ସତର୍କ ସୂଚନା ଜାରି କରିଛି।  ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଶୀତ ବଢିବ। ୨/୩ ଦିନ ପର୍ଯ୍ୟନ୍ତ ସ୍ୱଭାବିକ ଠାରୁ ୪ ରୁ ୬ ଡିଗ୍ରୀ ତାପମାତ୍ରା କମିବ। ଏହାସହ ଶୀତ ଲହରି ନେଇ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲା ଗୁଡିକ ହେଉଛି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ , ଢେଙ୍କାନାଳ, ଦେବଗଡ ଓ ସମ୍ବଲପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।