ବାରିପଦା: ଶତକଡା ତେତି ଶ ଭାଗ ମହିଳା ସଂରକ୍ଷଣ ଦାବିରେ ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଆହ୍ୱାନରେ ମୟୂରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ବାରିପଦା ଅମ୍ବିକା ମନ୍ଦିର ପାଖରୁ ବିଶାଳ ପଟୁଆରରେ ବାହାରି ହାତରେ ମଶାଲ ଜଳାଇ ପ୍ରତିବାଦ ପଦଯାତ୍ରା କରିଛି ମହିଳା କଂଗ୍ରେସ । ଉଲ୍ଲେଖଯୋଗ୍ୟ ଯେ ବହୁ ପୂର୍ଵରୁ 33% ମହିଳା ସଂରକ୍ଷଣ ବିଲ ସଂସଦରେ ଗୃହୀତ ହୋଇ ଆଇନରେ ପରିଣତ ହୋଇଥିବାନେଇ ସମସ୍ତେ ଅବଗତ ଥାଇ ମଧ୍ୟ ବିଜେପି ସରକାର ତାହାକୁ କାର୍ଯ୍ୟକାରୀ ନ କରି ବିଜେପି ଶାସିତ ରାଜ୍ୟରେ ଡ଼ିଲିମେସନ ନାମରେ ନିଜ ସରକାରକୁ ସବୁଦିନ ପାଇଁ ସୁରକ୍ଷିତ ରଖିବା ପାଇଁ ମହିଳା ସଂରକ୍ଷଣ ନାମରେ ଭାରତବର୍ଷକୁ ବିଭ୍ରାନ୍ତ କରୁଛି ।
ଯାହାକୁ ମହିଳା କଂଗ୍ରେସ ଦୃଢ ନିନ୍ଦା କରିବା ସହ ପାରିତ ହୋଇଥିବା 33%ମହିଳା ସଂରକ୍ଷଣ ବିଲକୁ କାର୍ଯ୍ୟକାରୀ କରିବା ପାଇଁ ଦାବିଛନ୍ତି, ଯଦି ବିଜେପି ସରକାର ଲାଗୁ ନ କରନ୍ତି ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି କଡା ଚେତାବନୀ ଦେଇଛନ୍ତି ମହିଳା ନେତ୍ରୀ । ଏହି ମହିଳା ମଶାଲ ଯାତ୍ରାର ନେତୃତ୍ୱ ନେଇଥିଲେ ମହିଳା ନେତ୍ରୀ ଜିଲ୍ଲା କଂଗ୍ରେସ ଉପସଭାପତି ମାଧବୀ ସେନାପତି, ଭୁବନେଶ୍ୱରୀ ଜେନା, ସବିତା ସୋରେନ, ଗୌରୀ ନାୟକ ଓ ସସ୍ମିତା ବେହେରା । ଏହି ମଶାଲ ଯାତ୍ରାରେ ଯୋଗ ଦେଇଥିଲେ ପୂର୍ବତନ ଆଇପିଏସ ଅଫିସର ଶ୍ୟାମସୁନ୍ଧର ହାଁସଦା, ଓକିଲ ସଙ୍ଘ ସଭାପତି ଜ୍ୟୋତିପ୍ରକାଶ ରଥଙ୍କ ସହିତ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ଏସି କଂଗ୍ରେସ, ଏସଟି କଂଗ୍ରେସ, କୃଷକ କଂଗ୍ରେସ ସହିତ ଶତାଧିକ ମହିଳା । ପରିଶେଷରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା ।