ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ

ବାଲେଶ୍ୱର, (ଏସ୍‌ ନ୍ୟୁଜ୍‌) : ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ହୋଇଛି । ବିଦ୍ୟୁତ ବିଭାଗର ଅବହେଳା ପାଇଁ ଯୁବକର ଜୀବନ ଗଲା । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା କଷବାଜୟପୁର ଗ୍ରାମର ଗଣେଷ ଜେନା ବିଲକୁ ଧାନ ବିହନ ନେଇ ରୋଇବାକୁ ଯାଇଥିଲା । ବିଲରେ ଗଭୀର ନଳକୂପ ଦ୍ୱାରା ଚାଷ ଜମିକୁ ଜଳସେଚିତ କରା ଯାଉଥିଲା । ସେଥିରେ ସଂଯୁକ୍ତ ହୋଇଥିବା ବିଦ୍ୟୁତ ତାର ତଳକୁ ଓହଳି ପଡିଥିଲା । ଗଣେଷ ସେହି ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁବରଣ କରିଛନ୍ତି । ମୃତ ଜେନା ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଗ୍ରାମବାସୀ । ଏହାସହ ଦୁଇ ବିଦ୍ୟୁତ କର୍ମଚାରୀଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି ।