ବିଜେପିରେ ସାମିଲ ହେଲେ ୫ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ କିଛି ଦିନ ପୂର୍ବରୁ ମଣିପୁରରେ ରାଜନୈତିକ ଅସ୍ଥିରତା ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିଲା। ବିଜେପିର ଏନ୍ ବିରେନ ସିଂ ସରକାର ଭୁଶିଡ଼ିବାରୁ ଅଳ୍ପକେ ବର୍ତ୍ତିଲେ। ଏ ଭିତରେ ଦଳ ସ୍ଥିତି ସୁଧାରିଥିବା ବେଳେ ଆଜି ୫ କଂଗ୍ରେସ ବିଧାୟକ ଦଳରେ ମିଶିଛନ୍ତି।

ଏହି ୫ ବିଧାୟକ ପୂର୍ବରୁ ଦଳ ଛାଡ଼ିଥିବା ବେଳେ ଆଜି ବିଧିବଦ୍ଧ ଭାବେ ବିଜେପି ନେତାଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ମୂଖ୍ୟମନ୍ତ୍ରୀ ଓକରାମ ଇବୋବି ସିଂଙ୍କ ପୁତୁରା ଓକରାମ ହେନେରୀ ସିଂ ରହିଛନ୍ତି।

ଦିଲ୍ଲୀ ବିଜେପି ମୁଖ୍ୟାଳୟ ଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ସମେତ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ।