ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଆସନ୍ତାକାଲି ଓଡ଼ିଶାର ସମସ୍ତ ମନ୍ଦିରରେ ଦୀପ ଜାଳିବ ବିଜେପି: ଡ.ଲେଖାଶ୍ରୀ

latest political news..

ଭୁବନେଶ୍ୱର : ଓଡ଼ିଶା ମାଟିର ଗର୍ବ, ଗୌରବ, ଓଡ଼ିଆ ଓ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଭାବେ ମନୋନୀତ କରିଛିି । ଆଗାମୀ ୧୮ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚନ ହେବ । ଏହି ଅବସରରେ ଭାରତୀୟ ଜନତା ପାର୍ଟିି ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁଆସନ୍ତାକାଲି ୧୭ ତାରିଖରେ ଓଡ଼ିଶାର ସମସ୍ତ ମନ୍ଦିର, ଦେବସ୍ଥାନ, ପୂଜାସ୍ଥଳୀରେ ପୂଜା ଅର୍ଚ୍ଚନା କରି ବିଜୟ କାମନା କରିବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ, ସାଂସଦ, ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୂର୍ଜାର୍ଚ୍ଚନା କରି ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ଭଗବାନକୁ ପ୍ରାର୍ଥନା କରିବାକୁ ଡ. ଲେଖାଶ୍ରୀ ଅନୁରୋଧ କରିଛନ୍ତି ।

ରାଜ୍ୟର ପୁରୀ ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ପ୍ରଭୁ ଲିଙ୍ଗରାଜ, ମା ସମଲେଶ୍ୱରୀ, ତାରାତାରେଣୀ, ଭଦ୍ରକାଳୀ ପ୍ରମୁଖ ମନ୍ଦିରରେଆସନ୍ତାକାଲି ଦିନ ୧୨ ପୂର୍ବରୁ ପୂଜା ସାରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଅନୁରୋଧ କରିଛନ୍ତି ଡ. ଲେଖାଶ୍ରୀ । ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ସାରା ଓଡ଼ିଶାର ଜନସାଧାରଣ ଭଗବାନକୁ ଡାକନ୍ତୁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।