ତିରୁବନନ୍ତପୁରମ: କେରଳର ବାୟନାଡ଼ ଲୋକସଭା ଆସନଟିକୁ କଂଗ୍ରେସ ହାତରୁ ଛଡ଼ାଇ ଆଣିବା ପାଇଁ ସଫଳ ହୋଇପାରିନି ବିଜେପି । କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାୟ ୪ ଲକ୍ଷ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ବାୟନାଡ଼ ଲୋକସଭା ଆସନଟି କ୍ରମେ କଂଗ୍ରେସର ଗଡ଼ ବୋଲି କୁହାଯାଉଛି ।
ଲୋକସଭା ଆସନ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକା ସମୟରେ ଆମେଥି ଓ ବାୟନାଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଦୁଇଟି ଯାକ ଆସନରୁ ଜିତାପଟ ହାସଲ କରିବା ପରେ ରାହୁଲ ବାୟନାଡ଼ ଆସନରୁ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଥିଲେ । ବାୟନାଡ଼ରେ ପ୍ରିୟଙ୍କାଙ୍କୁ ପ୍ରାୟ ୬ ଲକ୍ଷରୁ ଅଧିକ ଭୋଟ ମିଳିଥିଲା ବେଳେ ସିପିଆଇଏମ୍ ପ୍ରାର୍ଥୀଙ୍କୁ ଦୁଇଲକ୍ଷରୁ କମ୍ ଭୋଟ ମିଳିଥିଲା । ବିଜେପିକୁ ମାତ୍ର ୧୧ ହଜାର ଭୋଟ ମିଳିଥିଲା ।
ବାୟନାଡ଼ ଲୋକସଭା ଆସନରୁ ଜିତିବା ପରେ ପ୍ରିୟଙ୍କାଙ୍କୁ ଲୋକସଭାରେ ପ୍ରବେଶ କରିବାକୁ ସୁଯୋଗ ମିଳିଯାଇଛି ।