ଆରଏସ୍‌ଏସ୍‌କୁ ବେଆଇନ୍‌ ଘୋଷଣା କରାଯାଉ: ଏନ୍‌ୟୁବିସି

ଅବଶ୍ୟ ଆରଏସ୍‌ଏସ୍‌ ବିରୋଧରେ ପଦୁଟେ କହି ନଥିଲେ…..

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ରାଜନୈତିକ ମୁଖା ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି) । ଏ କଥାଟି ଭାରତର ୧୨୦ ଜନତା ଜାଣିଛନ୍ତି । ଧର୍ମ ନାମରେ ରାଜନୀତି କରୁଥିବା ଦଳକୁ ଭାରତର ନିର୍ବାଚନ ଆୟୋଗ ବାସନ୍ଦ କରିବା ଦରକାର । କାରଣ ସବୁ ରାଜନୈତିକ ଦଳର ସମ୍ବିଧାନରେ ଧର୍ମ ନିରପେକ୍ଷ ରହିବାର ପ୍ରତିଶ୍ରୁତି ବଦ୍ଧତା ଉଲ୍ଲେଖ କରିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଦଳଗୁଡ଼ିକୁ ପରାମର୍ଶ ଦିଆଯାଇଥାଏ ।

ବିଜେପି ସମ୍ବିଧାନରେ ଧର୍ମ ନିରପେକ୍ଷତା ଅବଲମ୍ବନ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକାଂଶ ସମୟ ମଠମନ୍ଦିର ଓ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଭାରତ ଭଳି ଧର୍ମ ନିରପେକ୍ଷ ରାଷ୍ଟ୍ରରେ କ୍ଷମତାସୀନ ଦଳ ସବୁ ଧର୍ମରୁ ଊଦ୍ଧ୍ୱର୍ରେ ରହି କାମ କରିବା ଦରକାର । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୁଧର୍ମକୁ ଜାବୁଡ଼ି ଧରି ଶାସନ ପରିଚାଳନା କରୁଛନ୍ତି । ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦୀ କେବଳ ହିନ୍ଦୁଧର୍ମର ପୁରୋଧା ସାଜିଛନ୍ତି ।

ଜଣେ ପ୍ରଧାନମନ୍ତ୍ରୀଙ୍କ ପକ୍ଷେ ଏଭଳି ଆଭିମୁଖ୍ୟ ଶୋଭନୀୟ ନୁହେଁ । ବିଜେପିର ନେତା ହିସାବରେ ସେ ଯାହା କରୁଛନ୍ତି, ତାହା ମଧ୍ୟ ଠିକ୍‌ ନୁହେଁ କାରଣ ଗଣତନ୍ତ୍ର ରାଷ୍ଟ୍ରରେ ଗୋଟିଏ ରାଜନୈତିକ ଦଳର ଗତିବିଧି ଆଚରଣ ଓ ଉଚ୍ଚାରଣ ଲୋକଙ୍କ ଉପରେ ବେଶି ପ୍ରଭାବ ପକାଇଥାଏ ।

ତେଣୁ ସବୁ ଦୃଷ୍ଟିରୁ ବିଚାର କଲେ, ବିଜେପିର ମୁଖ୍ୟ କାର୍ପଦଦାର ରାଷ୍ଟ୍ରୀୟ ସ୍ୱୟଂସେବକ ବାହୁଛାୟାରେ ବହୁ ହିନ୍ଦୁ ସଂଗଠନ ଆଶ୍ରୟ ନେଇ ନାନା ଅପରାଧିକ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । କେବଳ ମୁସଲିମ ସଂଗଠନ ଉପରେ କଟକଣା ଲଗାଇଦେଲେ, ଦେଶରୁ ଅରାଜକତା ଲୋପ ପାଇବ ନାହିଁ । ସମାଜରେ ହିଂସାକାଣ୍ଡ ସୃଷ୍ଟି କରୁଥିବା ପ୍ରତ୍ୟେକ ସଂଗଠନକୁ ବେଆଇନ ଘୋଷଣା କରାଯିବା ଦରକାର ।

ବିଜେପି ଓ କିଛି ହିନ୍ଦୁ ସଂଗଠନ ଗାଈ ପ୍ରତି ଯେତିକି ସମ୍ବେଦନଶୀଳ । ମାଛ, ଛେଳି, କୁକୁଡ଼ା, ବତକ, ପାରା, ମଈଷି ଭଳି ପ୍ରାଣୀଙ୍କ ପ୍ରତି ସେତିକି ନିଷ୍ଠୁର । ବରିଷ୍ଠ ବିଜେପି ନେତା ଏମ୍‌ ଭେଙ୍କୟା ନାଇଡୁ ମଧ୍ୟ ଥରେ ଓଡ଼ିଶା ଗସ୍ତରେ ଆସି ଗୋମାଂସ ଭକ୍ଷଣକୁ ଯୁକ୍ତିସଙ୍ଗତ କହିଥିଲେ । ଅବଶ୍ୟ ଆରଏସ୍‌ଏସ୍‌ ବିରୋଧରେ ପଦୁଟେ କହି ନଥିଲେ । କେନ୍ଦ୍ର ସରକାର ଉଭୟ ମୁସଲିମ ସଂଗଠନ ଓ ହିନ୍ଦୁ ସଂଗଠନକୁ ତାଗିଦ୍‌ କରିବା ଦରକାର ।

ସମାଜରେ ଅରାଜକତା ସୃଷ୍ଟି ପାଇଁ ସରକାର ଯୁକ୍ତିସଂଗତ ପଦକ୍ଷେପ ଗ୍ରହଣ କରୁ । କ୍ଷମତାରେ ବସିବା ପରଠାରୁ ବିଜେପି ସବୁ ହିନ୍ଦୁ ସଂଗଠନକୁ ଯାବତୀୟ ଅସାମାଜିକ କାର୍ଯ୍ୟ ପାଇଁ ଲାଇସେନ୍ସ ଦେଇଛି । କେବଳ ମୁସଲିମ ସଂଗଠନକୁ ବେଆଇନ୍‌ ଘୋଷଣା କରୁଛି । ଏଜେଡିର ମାସିକ ଆଲୋଚନାଚକ୍ରରେ ଯୋଗ ଦେଇଥିବା ଏନ୍‌ୟୁବିସି ନେତା ସୀତାରାମ ବେହେରା ଏକ ୱେବ୍‌ ଚାନେଲ ରିପୋର୍ଟରଙ୍କ ପ୍ରଶ୍ନର ଜବାବରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।