‘ଦୀପ ତଳ ଅନ୍ଧାର’ ଝାରସୁଗୁଡା ବାସୀଙ୍କ ମୌଳିକ ସମସ୍ୟା ପୂରଣ କରିବାରେ ରାଜ୍ୟ ସରକାର ବିଫଳ

ବିଜେଡି ସରକାର ଝାରସୁଗୁଡାବାସୀଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାରେ ବିଫଳ..

ଝାରସୁଗୁଡା/ଭୁବନେଶ୍ୱର: ବ୍ୟକ୍ତିଗତ ବିକାଶ ନୁହେଁ, ସାମଗ୍ରିକ ବିକାଶର ଆବଶ୍ୟକତା ରହିଛି । ରାଜ୍ୟର ସମୃଦ୍ଧଶୀଳ ଜିଲ୍ଲା ଭାବେ ଝାରସୁଗୁଡା ଜିଲ୍ଲା ସର୍ବଗ୍ରେ, କିନ୍ତୁ ଜିଲ୍ଲାର ସାମଗ୍ରିକ ବିକାଶ ପରିଲକ୍ଷିତ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ୨୩ ବର୍ଷ ବିଜେଡି ଶାସନର ବିିଫଳତାକୁ ସାମ୍ନାକୁ ଆଣିଛି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଆଜି ସକାଳେ ବିଟିଏମ ଛକରେ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ଥାନୀୟବାସିିନ୍ଦାଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସ୍ଥାନୀୟ ସମସ୍ୟା ସଂପର୍କରେ ସାଧାରଣ ଲୋକଙ୍କଠାରୁ ଅବଗତ ହୋଇଥିଲେ ରାଜ୍ୟ ସଭାପତି । ଝାରସୁଗୁଡାରେ ଏବେ ବି ଲୋକଙ୍କ ପାଖରେ ଘର ନାହିଁ, ଡ୍ରେନେଜ ନାହିଁ, ଘର ଉଚ୍ଛେଦ ହେଉଛି ଥଇଥାନ ନାହିଁ, ପ୍ରଦୂଷଣ କବଳରେ ସହର, ଡାକ୍ତରଖାନା ନାହିଁ କି ଡାକ୍ତର ନାହାନ୍ତି, ସ୍କୁଲ ନାହିଁ, ଶିକ୍ଷକ ନାହାନ୍ତି ଇତ୍ୟାଦି ସମସ୍ୟା ଦେଖାଦେଇଛି । ଝାରସୁଗୁଡାରୁ ଅଧିକ ରାଜସ୍ୱ ଆଦାୟ ହେଉଥିଲେ ବି ରାଜ୍ୟ ସରକାର ଅବହେଳା କରିଛନ୍ତି ।

“ଦୀପ ତଳ ଅନ୍ଧାର” ଭଳି ଝାରସୁଗୁଡା ବାସୀଙ୍କ ମୌଳିକ ସମସ୍ୟା ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଝାରସୁଗୁଡା ସହରରେ ଶାସକ ଦଳର ନେତା, ମନ୍ତ୍ରୀଙ୍କ ଦୁର୍ନୀତି କାରଣରୁ ଜିଲ୍ଲାରେ ଉନ୍ନତୀ ହେଉନାହିଁ । ରାଜ୍ୟର ଉନ୍ନତୀ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ସଦବିନିଯୋଗ ନକରି ପାରିବାରୁ ତାହା ଫେରି ଯାଉଛି । ଝାରସୁଗୁଡାରେ ରାଜ୍ୟ ସରକାର ୨୫ବର୍ଷରେ ଯାହା କାମ କରିନାହାନ୍ତି ତାହା ୫ବର୍ଷ ଭିତରେ ଭାରତୀୟ ଜନତା ପାର୍ଟି କରିଦେଖାଇବ ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଝାରସୁଗୁଡାର ଯୁବକମାନେ ବାହାର ରାଜ୍ୟକୁ ଦାଦନ ଘଟିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଏଠି ନିଯୁକ୍ତି ଦିଅନ୍ତୁ । ଝାରସୁଗୁଡା ସହରର ପ୍ରଦୂଷଣ ପ୍ରତି ରାଜ୍ୟ ସରକାରଙ୍କ ପଦକ୍ଷେପ ନେଇନାହାନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ, ସ୍ଥାନୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।