ବିଜେଡି ଶିବିରରେ ଡ଼ା ଦାମୋଦର ରାଉତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ୨ନ° ଜୋନ୍ ଅନ୍ତର୍ଗତ ଗରେଇ ପଞ୍ଚାୟତରେ ଗତ ବୁଧବାର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଦିପ୍ତିରେଖା ଲେଙ୍କା ଓ ସମିତି ସଭ୍ୟା ପ୍ରାର୍ଥୀନୀ ଅମ୍ବିକା ବିଶ୍ବାଳଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ଡାଃ ଦାମୋଦର ରାଉତ ନିର୍ବାଚନ ପ୍ରଚାର କରିଛନ୍ତି । ଏକ ବିରାଟ ବାଇକ୍ ରାଲିରେ ଖୋଲା ଜିପ୍ ମଧ୍ୟରେ ବସି ପ୍ରାର୍ଥୀ ମାନଙ୍କ ସହ ବିବଚ୍ଛପୁର ସ୍ବପ୍ନେଶ୍ବର ମହାଦେବଙ୍କ ନିକଟରୁ ବାହାରି ପଞ୍ଚାୟତର ବିବଚ୍ଛପୁର, ନାଳିଆପାଳ, ଚନ୍ଦ୍ରଧ୍ବଜପୁର, ଗଳେଇ ପ୍ରଭୃତି ଗ୍ରାମ ଦେଇ ସିରୋଳ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ।

ଏହି ନିର୍ବାଚନ ପ୍ରଚାରରେ ଡ଼ା ଦାମୋଦର ରାଉତ ପଞ୍ଚାୟତରେ ଭଲ ପ୍ରାର୍ଥୀଙ୍କୁ ବିଜୟୀ କରିବା ଉଦ୍ଦେଶ୍ୟରେ ଏହି ପ୍ରଚାରରେ ସାମିଲ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଥିଲେ। ଗତ ନିର୍ବାଚନ ରେ ବିଜେଡି ସୁପ୍ରିମୋ ଙ୍କ ବିରୋଧରେ ଗର୍ଜନ କରିଥିବା ଲୋକ ଆଜି ତାଙ୍କରି ଦଳର ପାର୍ଥିନି ମାନଙ୍କ ପାଇଁ ପ୍ରଚାର କରିବା ଏକ ହାସ୍ୟାସ୍ପଦ ଘଟଣା । ହେଲେ ବାସ୍ତବରେ ବିଜେଡି ରେ ପୁନର୍ବାର ସାମିଲ ହେବା ଦାମ ବାବୁଙ୍କ ଇଚ୍ଛା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି । ସତେ କଣ ଡାକ୍ତର ବାବୁଙ୍କୁ ବିଜେଡି ପୁଣି ଥରେ କୋଳେଇନେବେ ଛାମୁ ନା ଏମିତି ଛଟପଟ ହେଉଥିବେ ଜୀବନ ସାରା ତାହା ଦେଖିବାକୁ ବାକି ରହିଲା ।