କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ଦୋହଲାଇ ଦେଇଛି ବିଜେପିକୁ

ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ଗୋଟିଏ ଗୋଟିଏ ଭୋଟ ଆପଣଙ୍କ ଉନ୍ନତିର ରାସ୍ତା ଖୋଲିବ 

ସାକ୍‌ସୀ ନ୍ୟୁଜ୍‌ ବ୍ୟୁରୋ: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ, କରଞ୍ଜିଆ, ପାଟଣା, ତେଲକୋଇ ଓ ଘସିପୁରା ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକ ଶ୍ରୀ ପାଣ୍ଡିଆନଙ୍କୁ ସ୍ୱାଗତ କରି ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଜଣାଇଥିଲେ ।

ଶ୍ରୀ ପାଣ୍ଡିଆନ ପଚାରିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି ? ‘ହଁ’ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳଗୁଡ଼ିକ । ସଭାଗୁଡ଼ିକରେ ଶ୍ରୀ ପାଣ୍ଡିଆନ ଜନଜାତି ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ କେତେ ଭଲ ପାଆନ୍ତି ଏବଂ ସେମାନଙ୍କ ପାଇଁ କ’ଣ କାମ କରିଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟର ସବୁଠାରୁ ଭଲ ସ୍ଥାନରେ ସମ୍ମାନର ସହ ରଖିଛନ୍ତି । ଜନଜାତି ଭାଇଭଉଣୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦିଅନ୍ତି । ଅନ୍ୟ ରାଜ୍ୟମାନେ ଜନଜାତି ବଜେଟ କମାଇ କମାଇ ଚାଲିଛନ୍ତି କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଜନଜାତି ବଜେଟକୁ ବଢ଼ାଇ ଚାଲିଛନ୍ତି ।

ସେମାନଙ୍କ କଳା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆପଣଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାହିରାର ଉନ୍ନତି କରିଛନ୍ତି । ଅନ୍ୟ କୌଣସି ରାଜ୍ୟ ଏଭଳି କି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଏହା କରିନାହାନ୍ତି । ଲକ୍ଷ ଲକ୍ଷ ଜନଜାତି ସମ୍ପ୍ରଦାୟର ଝିଅମାନଙ୍କ ପାଠପଢ଼ା ସୁବିଧା ପାଇଁ ହଷ୍ଟେଲ ଖୋଲିଛନ୍ତି । ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ସମ୍ପ୍ରଦାୟଙ୍କ ଶାଳ ମଞ୍ଜି, ମହୁଲ ଆଦି ବନ୍ୟଜାତ ଦ୍ରବ୍ୟର ଉଚିତ ମୁଲ୍ୟରେ କିଣିବା ପାଇଁ ଲାଭ ଯୋଜନା ଆରମ୍ଭ କରିଛନ୍ତି । ଆପଣଙ୍କୁ କେହି ଠକି ପାରିବେ ନାହିଁ, ନବୀନ ବାବୁଙ୍କ ନଜର ରହିଛି । ଜନଜାତି ସମ୍ପ୍ରଦାୟଙ୍କ ଉପରୁ ୫୦ ହଜାର ଛୋଟ, ବଡ଼ ପୋଲିସ୍‍, ଅବକାରୀ ଓ ଜଙ୍ଗଲ କେଶ୍‍ ରଦ୍ଦ କରିଛନ୍ତି ।

ଦଳୀୟ ସାଂସଦଙ୍କୁ ଜିତେଇବା ପାଇଁ ଅନୁରୋଧ କରି ସେ କହିଲେ ଯେ, ଆଉ ଯଦି କିଏ ସାଂସଦ ହୁଅନ୍ତି, ସେ ଅଧିକ ରାଜନୀତି କରି ଯାହା ବି କାମ ଚାଲିଛି, ସବୁଥିରେ ମୁଣ୍ଡ ପୁରାଇବେ, ବିରୋଧ କରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ଦଳ ବିରୋଧ କରି ହାଇକୋର୍ଟ, ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ଆମ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ ।

ମହିଳାମାନଙ୍କ ସଶକ୍ତିକରଣ ବିଷୟ ଉପସ୍ଥାପନ କରି ସେ କହିଲେ ଯେ, ମିଶନଶକ୍ତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି । କୌଣସି ରାଜ୍ୟ ସରକାର ମା’ମାନଙ୍କ ଯିବାଆସିବା ଭଡ଼ା ୫ ଟଙ୍କା କରିନାହାନ୍ତି । ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସରେ ୫ ଟଙ୍କାରେ ଏହି ସୁବିଧା ଦେଉଛନ୍ତି । ମମତା ଯୋଜନାରେ ମା’ମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି । ମିଶନ ଶକ୍ତି ମା’ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ଦିଆଯିବ।
ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସାରା ଓଡ଼ିଶା କହୁଛି । ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼୍‍ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମା ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା କରାଯିବ ।

ସେ କହିଥିଲେ ଯେ, କେନ୍ଦୁଝରରେ ମେଡିକାଲ କଲେଜ, ଯୋଡ଼ା ଫ୍ଲାଇଓଭର ସହିତ ୧୨ ହଜାର ୬୦୦ କୋଟି ଟଙ୍କା ବିନିଯୋଗରେ ଘରେ ଘରେ ପିଇବା ପାଣି ସୁବିଧା କରାଯାଇଛି । ଏତେ ଭଲ କାମ ଦେଖି ବିରୋଧି ଦଳଙ୍କ ନିଦ ଭାଙ୍ଗିଗଲାଣି । ସେମାନେ ଏବେ ମିଛ କଥା କହି, ଅପପ୍ରଚାର କରିବାକୁ ଲାଗିଛନ୍ତି ।

କାର୍ତ୍ତିକଙ୍କ କହିବାନୁଯାୟୀ, ବିରୋଧୀ ବିଜେପି ନେତାମାନେ ଏଠାକୁ ଆସି ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନେ କହୁଛନ୍ତି ବିଜୁଳି ମାଗଣା ଦେବେ । ଏଥିପାଇଁ ଆପଣମାନଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ । ତା’ପରେ ସୋଲାର ପ୍ୟାନେଲ ମାଧ୍ୟମରେ ଆପଣମାନେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ । ଏହା ହେଉଛି ବିରୋଧୀ ଦଳର ମାଗଣା ବିଜୁଳି । ସେମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି ।

ଓଡ଼ିଶାରେ ବିକାଶର ସୁ-ଚିତ୍ର ରଖି ସେ କହିଲେ ଯେ, ନବୀନ ବାବୁଙ୍କ ସରକାର ନିର୍ମାଣ କରିଥିବା ଆମ ହସ୍‍ପିଟାଲ, ବସଷ୍ଟାଣ୍ଡ ଦେଖିବାର ଅଛି । ଏ ସବୁ ନୂଆ ଓଡ଼ିଶାର ନମୂନା । ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ ପାଇଁ କାମ କରନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି । ଆପଣମାନଙ୍କ ବୋଝ ହାଲକା କରବା ପାଇଁ ପଦକ୍ଷେପ ନେଉଛନ୍ତି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ଏଭଳି ମହାନ ଜନନାୟକଙ୍କୁ ଆଶୀର୍ବାଦ କରନ୍ତୁ ।

ଆପଣମାନଙ୍କ ଗୋଟିଏ ଗୋଟିଏ ଭୋଟ ଆପଣଙ୍କ ଉନ୍ନତିର ରାସ୍ତା ଖୋଲିବ, ଆପଣଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିବ, ବିଜୁ ଜନତା ଦଳକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଛନ୍ତି।

କରଞ୍ଜିଆ ପ୍ରଚାରର ମୁଖ୍ୟାଂଶ,  ଠାକୁରମୁଣ୍ଡା-କରଞ୍ଜିଆ ସହିତ ମୋର ସମ୍ପର୍କ ବହୁତ ପୁରୁଣା ୨୦ ବର୍ଷ ତଳେ ମୁଁ ଏଠାରେ କଲେକ୍ଟର ଥିଲି, ସେତେବେଳେ ଏଠାରେ ଭଲ ରାସ୍ତା ନଥିଲା, ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ । ଆଜି କରଞ୍ଜିଆର ବିକାଶକୁ ଆପଣମାନେ ଅନୁଭବ କରିପାରୁଛନ୍ତି । କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଏବେ ଘରେ ଘରେ ପିଇବା ପାଣିର ସୁବିଧା, ଦେବକୁଣ୍ଡର ଉନ୍ନତି, ଅନେକ ରାସ୍ତା ଓ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇ ଦେଇଛନ୍ତି । ଜଳସେଚନର ସୁବିଧା ପାଇଁ ୧୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଠାକୁରମୁଣ୍ଡା, କରଞ୍ଜିଆ ଓ ଶରତର ଶହ ଶହ ମନ୍ଦିରର ଉନ୍ନତି କରାଯାଇଛି ।

ପାଟଣାରେ ପ୍ରଚାରର ମୁଖ୍ୟାଂଶ, ମୁଁ ଆସିଥିଲି ଆପଣମାନଙ୍କର ଆବେଦନ ସବୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲି । ଆପଣମାନଙ୍କ ୮୦ ପ୍ରତିଶତ ଦରଖାସ୍ତର ସମାଧାନ ହୋଇଛି । ମସଜିତ ମନ୍ଦିର ନିର୍ମାଣ, ଭୀମକୁଣ୍ଡର ଉନ୍ନତି ପାଇଁ ୨୦ କୋଟି, ସେତୁ ଓ ରାସ୍ତାଘାଟ ପାଇଁ ଟଙ୍କା ଦିଆଯାଇଛି । ସାତକୁଟୁଣିଆ-ବାଉଁଶୁଳି ରାସ୍ତା ପାଇଁ ୧୪ କୋଟି, କେନ୍ଦୁଝର-ସହରପଡ଼ା ରାସ୍ତା ପାଇଁ ୩୩ କୋଟି, ବୈତରଣୀ ନଦୀ ସେତୁ ୨୦ କୋଟି ଟଙ୍କା, କନ୍‍ଝରୀ ନଦୀ ସେତୁ ୧୪ କୋଟି ଟଙ୍କା ଦିଆଯାଇଛି । ସବୁ ହାଇସ୍କୁଲର 5T ରୂପାନ୍ତରଣ ହୋଇଛି ।

ତେଲକୋଇ ପ୍ରଚାରର ମୁଖ୍ୟାଂଶ, ଗୁପ୍ତଗଙ୍ଗା ପାଇଁ ୨.୫୦ କୋଟିଗୁଣ୍ଡିଚା ଘାଇ ପାଇଁ ୨୦ ଲକ୍ଷ, ଆଇ.ଟି.ଆଇ. ବିଲ୍‍ଡିଙ୍ଗ ପାଇଁ ୬.୫୦ କୋଟି ଦିଆଯାଇଛି । ଜୁଆଙ୍ଗ ସ୍କୁଲକୁ Higher Secondary ସ୍କୁଲରେ ପରିଣତ କରାଯାଇଛି । ତେଲକୋଇ ନିର୍ବାଚନ ମଣ୍ଡଳୀର ୮୦ଟି ରାସ୍ତା ନିର୍ମାଣ ପାଇଁ ୫୭୦ କୋଟି ଟଙ୍କା ଦିଆଯାଇଛି । ସାରା ଓଡ଼ିଶାରେ ଆଭ୍ୟନ୍ତରୀଣ ରାସ୍ତା ପାଇଁ କୌଣସି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ଅନୁଦାନ । କାଳିଆ ପଞ୍ଚାୟତ ହାଟ ସମସ୍ୟାର ସମାଧାନ କରାଯିବ । ହାତିମୁଣ୍ଡା ଜଳସେଚନ ପ୍ରକଳ୍ପ କରାଯିବ ଓ ସଲାଇ କେନାଲ ରାସ୍ତାର ମରାମତି ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ସେହିପରି, ଘଷିପୁରାରେ କହିଲେ ଯେ, ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଦେଇ କାମ କରୁଛନ୍ତି । ଅନେକ ମଠ, ମନ୍ଦିର, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ଉନ୍ନତି କରିଛନ୍ତି ।

ଏହି ବିଶାଳ କାର୍ଯ୍ୟକ୍ରମରେ କେନ୍ଦୁଝର ଲୋକସଭା ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, କରଞ୍ଜିଆ ବିଧାୟକ ପ୍ରାର୍ଥୀ ବାସନ୍ତି ହେମ୍ୱ୍ରମ, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସରଦାର ଓ ଘଷିପୁରା ବିଧାୟକ ପ୍ରାର୍ଥୀ ବଦ୍ରୀନାରାୟଣ ପାତ୍ର ପ୍ରମୁଖ ନିଜ ନିଜ ସପକ୍ଷରେ ଭୋଟ ପ୍ରଚାର କରି ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ ।