କାର୍ତ୍ତିକ ପାଣ୍ଡିଆନଙ୍କ ଭୋଗରାଇରେ ଜୋରଦାର ପ୍ରଚାର

ସାକ୍‌ସୀ ନ୍ୟୁଜ୍‌ ବ୍ୟୁରୋ: ଭୋଗରାଇରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ମନ୍ଦିର, ମସଜିଦଠୁ ଆରମ୍ଭ କରି ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି। ଭୋଗରାଇ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି।

ସେହିପରି, ଯାହା ସବୁ କାର୍ଯ୍ୟ ବାକି ରହିଛି ତାହା ଖୁବଶୀଘ୍ର ପୂରଣ କରାଯିବ। ବିକାଶର ହିସାବ ଦେବା ସହ ବିଜେଡି ପ୍ରାର୍ଥୀଙ୍କୁ ବଡ଼ ସଂଖ୍ୟାରେ ଜିତାଇବାକୁ ପ୍ରଚାରରେ କହିଛନ୍ତି କାର୍ତ୍ତିକ।

ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟରେ ବିଜେଡି ବହୁମତ ପାଇ ସାରିଛି ବୋଲି କହିଛନ୍ତି ପାଣ୍ଡିଆନ୍। ବିଜେପି ନିଜ ଇସ୍ତାହାରରେ ଯୁବକଙ୍କ ପାଇଁ କିଛି ସ୍ଥାନ ଦେଇନାହିଁ। କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା। ରାଜ୍ୟ ପାଇଁ କିଛି କରିବେ ନାହିଁ। ତେଣୁ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବଡ଼ ମାର୍ଜିନରେ ଜିତାଇବାକୁ ଅନୁରୋଧ କରିଛନ୍ତି ପାଣ୍ଡିଆନ୍।