ଇଡି ସ୍କାନରରେ ଏକାଧିକ ଟିଏମସି ନେତା

ନଗଦ ୫୦ କୋଟି ଟଙ୍କା ଜବତ…

କୋଲକାତା: ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀ ପରେ ଏବେ କ୍ଷମତାସୀନ ଟିଏମସିର ଏକାଧିକ ବିଧାୟକ ଓ ନେତା ଇଡି ସ୍କାନରରେ ରହିଛନ୍ତି । ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଇଡି ପାର୍ଥଙ୍କୁ ଗିରଫ କରିବା ସହ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୫୦ କୋଟି ଟଙ୍କା ଜବତ କରିଛି । ଏବେ ଇଡି ଆହୁରି କିଛି ଟିଏମସି ନେତା ଓ ପ୍ରଶାସିନିକ ଅଧିକାରୀ ପାର୍ଥଙ୍କ କଳା କାରବାରରେ ସାମିଲ ଥିବା ସନ୍ଦେହ କରୁଛି ।

ସେମାନଙ୍କୁ ଖୁବଶୀଘ୍ର ଇଡି ଜେରା କରିବା ପାଇଁ ନୋଟିସ କରିବ ବୋଲି ମଧ୍ୟ ଜଣାପଡ଼ିଛି । ଅନ୍ୟପକ୍ଷରେ ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ବିଦା କରିଛନ୍ତ । ସେହିପରି ଟିଏମସି ମଧ୍ୟ ପାର୍ଥଙ୍କୁ ଦଳର ସମସ୍ତ ପଦପଦବୀରୁ ହଟାଇ ଦେଇଛି ।