ପୌର ନିର୍ବାଚନ: ଲଢ଼େଇ ପୂର୍ବରୁ ଓହରି ଗଲେ ୬୪୧ ପ୍ରାର୍ଥୀ

ଭୁବନେଶ୍ୱର: ଆସନ୍ତା ୨୪ତାରିଖରେ ରାଜ୍ୟର ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସୋମବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଏବେ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ୫୬୯ଜଣ, କାଉନସିଲର/କର୍ପୋରେଟର ପଦବି ପାଇଁ ୫୮୪୨ଜଣ ପ୍ରାର୍ଥୀ ଅଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।

ଆଶ୍ଚର୍ଯ୍ୟର ବିଷୟ ପୌର ନିର୍ବାଚନ ଲଢ଼େଇ ପୂର୍ବରୁ ୬୪୧ଜଣ ପ୍ରାର୍ଥୀ ଓହରି ଯାଇଛନ୍ତି। ଏଥିରେ ୧୦୨ଜଣ ପୌରାଧ୍ୟକ୍ଷ/ମେୟର ପ୍ରାର୍ଥୀ ଥିବାବେଳେ ୫୩୯ଜଣ କାଉନସିଲର/କ‌େର୍ପାରେଟର ପ୍ରାର୍ଥୀ ଅଛନ୍ତି। ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହରର ଶେଷ ଦିନ ଥିବାବେଳେ ବହୁ ସ୍ଥାନରେ ସ୍ବାଧୀନ ଓ ବିଭିନ୍ନ ଦଳର ଅସନ୍ତୁଷ୍ଟ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ଦେଖିବାକୁ ମିଳିଛି।