ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନବୀନ ପଟ୍ଟନାୟକ!

ଦଳକୁ ମଜଭୁତ କରିବା ପାଇଁ ସାମ୍ବିଧାନିକ ପଦବୀରେ ନିଯୁକ୍ତ ବିଧାୟକମାନଙ୍କୁ ଇସ୍ତଫା ଦେଇ ସଂଗଠନକୁ ମଜଭୁତ କରିବା ପାଇଁ ପରାମର୍ଶ ଦିଆଯାଉଛି । ଏହି କ୍ରମରେ ବହୁ ବିଧାୟକଙ୍କୁ  ସାମ୍ବିଧାନିକ ପଦବୀରୁ ଇସ୍ତଫା ଦେବାକୁ ପଡୁଛି । ଏବେ ଦଳକୁ ରାଜ୍ୟସ୍ତରରେ ମଜଭୁତ କରିବା ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ ହେବ ବୋଲି ବିଜୁ ଜଳକା ଦଳର ମୁଖପାତ୍ର ସୀତାରାମ ବେହେରା କହିଛନ୍ତି ।

ଉପ-ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ରଜନୀକାନ୍ତ ସିଂ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ଥିବାରୁ ସେ ଦଳୀୟ କାର୍ଯ୍ୟ କରି ପାରୁ ନଥିଲେ । ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ କରି ପାରୁ ନଥିଲେ । ସଂଗଠନକୁ ମଜଭୁତ କରି ପାରୁ ନଥିଲେ । ଲୋକଙ୍କ ସହ ମିଶି ପାରୁ ନଥିଲେ । ସଂଗଠନ ଓ ଲୋକଙ୍କଠାରୁ ଦୂରେଇ ଯାଉଥିବାରୁ ସାମ୍ବିଧାନିକ ପଦବୀ ଛାଡ଼ିବା ଜରୁରୀ ଥିଲା । ବହୁଦିନରୁ ସାମ୍ବିଧାନିକ ପଦବୀ ଛାଡ଼ିବେ ବୋଲି ରଜନୀକାନ୍ତ ମନେମନେ ଛଟପଟ ହେଉଥିଲେ, ମାତ୍ର ସାହସ ଭରି ଦଳର ମୁଖିଆଙ୍କୁ କହି ପାରୁ ନଥିଲେ ।

ରଜନୀକ୍ତାନ୍ତଙ୍କ ମନ୍ତବ୍ୟ ଶୁଣିବା ପରେ ବିଜୁ ଜଳକା ଦଳ ନେତା ସୀତାରାମ କହିଛନ୍ତି, ‘ଦଳର ମୁଖିଆ ତାଙ୍କ ଆଡୁ ସାମ୍ବିଧାନିକ ପଦବୀ ଛାଡ଼ିବା ପାଇଁ କହିବାରୁ ଚଟାପଟ୍‌ ରାଜି ହୋଇଗଲେ ରଜନୀକାନ୍ତ । ବାଃ, ୟାକୁ ଯେ କହିବ ଅନୁଗତ ରଜନୀକାନ୍ତ । ଆମେ ଶୁଣିବାକୁ ପାଉଛୁ, ଅନୁଗୁଳ ବିଜେଡିକୁ କୁଣ୍ଡିଆ ଗ୍ରାସ କରିଛି । ଦଳର ସ୍ଥିତି ଦିନକୁ ଦିନ ବିଗିଡ଼ି ଯାଉଛି । ଦଳକୁ ସଜାଡ଼ିବା ପାଇଁ ରଜନୀକାନ୍ତ ଖୋଲାଖୋଲି ଦାଦାଗିରି ଜରୁରୀ ।

ରାଜ୍ୟର ସବୁ ବିଧାନସଭା ଆସନରେ ସମଦଶା । ରାଜ୍ୟରେ ବିଜେଡିକୁ ସର୍ବାଧିକ ଆସନରେ ଜିତାଇବାକୁ ହେଲେ, ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ ନୁହେଁ କି?’