ପଂଚୁବାବୁ ମେଂଟାଲ୍‌: ବିରାଟ ପାପ କରି ପକାଇଲେ ରାଜ୍ୟପାଳ

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟପାଳ ରଘୁବର ଦାସ ନବୀନ ନିବାସରେ ପାଦ ପକାଇ ବିରାଟ ବଡ଼ ପାପ କରି ପକାଇଛନ୍ତି । ସମ୍ବିଧାନଟାକୁ ପୁରା ଓଲଟାଇ ଦେଇଛନ୍ତି । ଦଳଡିଅାଁ ନେତା ପଂଚାନନ କାନୁନଗୋ ଏମିତି କିଛି ଅଭିଯୋଗ କରି ତାଙ୍କର ଉପସ୍ଥିତି ଜାହିର କରିଛନ୍ତି । ପଂଚାନନଙ୍କ ମତରେ ରାଜ୍ୟପାଳ ରଘୁବର ଦାସ ପ୍ରୋଟୋକଲ ଉଲ୍ଲଂଘନ କରି କିଛି ଭଲ କରିନାହାନ୍ତି । ପଂଚାନନଙ୍କ ଅଭିଯୋଗ ଶୁଣିବା ପରେ ତାଙ୍କର ରାଜନୈତିକ କ୍ୟାରିୟରକୁ ଖୋଲିଛି ବିଜୁ ଜଳକା ଦଳ ।

ଦଳର ଆବାହକ ସୀତାରାମ ବେହେରା କହିଛନ୍ତି, ସାନଭାଇ ଉଚ୍ଚ ପାହ୍ୟା ପାଇବା ପରେ ପ୍ରୋଟୋକଲ ଭିତରେ ରହି ବଡ଼ଭାଇଙ୍କ ଆଶୀର୍ବାଦ ନେବା ଉଚିତ । ବଡ଼ଭାଇଙ୍କୁ ଫୋନ୍‌ କରି ରାଜଭବନକୁ ଡାକି ତାଙ୍କର ପାଦ ଛୁଇଁ ଆଶୀର୍ବାଦ ନେବା ଉଚିତ ହୋଇଥାନ୍ତା । ରାଜ୍ୟପାଳ ସେପରି କିଛି ନକରି ପ୍ରୋଟୋକଲ ଉଲ୍ଲଙ୍ଘନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନକୁ ଯିବା ବିରାଟ ବଡ଼ ଅପରାଧ କରିଛନ୍ତି । ରାଜ୍ୟପାଳ ରଘୁବର ଦାସ ଅକ୍ଷମଣୀୟ ଅପରାଧ କରିଛନ୍ତି । ଦୀର୍ଘଦିନ ଧରି କ୍ଷମତାରୁ ଦୂରେଇ ରହିବା କାରଣରୁ ପଂଚୁବାବୁଙ୍କ ମୁଣ୍ଡ କାମ କରୁନି । ତେଣୁ ମାନବିକ ମୂଲ୍ୟବୋଧ ତୁଳନାରେ ପ୍ରୋଟୋକଲକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

କଂଗ୍ରେସ ଦଳର ନେତାମାନେ କୋଉଦିନଠାରୁ ଏତେ ସଂକୀର୍ଣ୍ଣ ମନୋଭାବ ପୋଷଣ କଲେଣି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦ ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁଣ୍ଢେଇ ପକାଇ ଆପଣା ଆସନ ନିକଟକୁ ଆସି ତାଙ୍କ ସାଂସଦମାନଙ୍କୁ ଅନାଇ ଆଖି ମିଟିକା ମାରିଲେ । ସେଇଟା ପଂଚାନନ କାନୁନଗୋଙ୍କୁ ଭାରି ସୁନ୍ଦର ଦିଶିଲା ।

ସାଂସଦ ରାହୁଳ ଗାନ୍ଧୀ ଲୋକସଭା କକ୍ଷରେ ଆଖି ମିଟିକା ମାରି ବାଚସ୍ପତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିବା ଯଦି ପଂଚାନନଙ୍କ ଆଖିକୁ ସୁନ୍ଦର ଦିଶିଲା । ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରକୁ ଯିବାଟା ଅସୁନ୍ଦର ଦିଶିଲା କେମିତି?

ସାମ୍ବିଧାନିକ ପଦବୀଠାରୁ ବଡ଼ ହେଉଛି ମାନବିକତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ କାମ କରି ତଡ଼ା ଖାଇଥିବା ପଂଚାନନ ଏବେ କଂଗ୍ରେସର ମଲାଙ୍ଗ । ପ୍ରୋଟୋକଲ ଭଳି ଶବ୍ଦ ପଂଚାନନଙ୍କ ପାଟିରେ ଶୋଭା ପାଏନା ।

ଜଣେ ବିଶ୍ୱାସଘାତକ ରାଜନେତା ଭାବେ ପଂଚାନନ କାନୁନଗୋଙ୍କର ପୁରୁଣା ରେକର୍ଡ ରହିଛି । ତ୍ରିଲୋଚନ କାନୁନଗୋ ଓ ପଂଚାନନ କାନୁନଗୋଙ୍କ ଭଳି ଧୋକାବାଜ ନେତା ଓଡ଼ିଶା ପାଇଁ ଅଭିଶାପ ।